ଘୋଡାବନ୍ଧ ଧାନ ମଣ୍ଡିରେ ଯୋଗାଣ ବିଭାଗର ଚଢଉ ,୧୯୧ବସ୍ତା ଧାନ ଜବତ

କୋଶଲ ନ୍ଯୁଜ୍ ବ୍ଯୁରୋ (୦୪/୦୨/୨୦୨୧) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ଭାନପୁର ପେକ୍ସ ଅଧୀନରେ ଥିବା ଘୋଡାବନ୍ଧ ଧାନ ମଣ୍ଡିରେ ଯୋଗାଣ ବିଭାଗର ଚଢାଉ I ଚଢାଉରେ ୧୯୧ ବସ୍ତା ଧାନ ଜବତ କରିଛି ଯୋଗାଣ ବିଭାଗ I ଘୋଡାବନ୍ଧ ଗାଁର ଚାଷୀ ଗ୍ରୀବଧର ସାହୁଙ୍କ ଚାଷ ଜମି ବିବରଣୀ ଯାଞ୍ଚ କରିବା ସହ ବିକ୍ରୟ ସମୟରେ ପଞ୍ଜିକରଣ କରିଥିବା ଭାଗ ଚାଷର ବିବରଣୀ ସଠିକ ନଥିବା କାରଣ ରୁ ସଂଦେହ ରେ ଗ୍ରୀବଧର ସାହୁଙ୍କ ୧୯୧ ବସ୍ତା ଧାନକୁ ଜବତ କରିଛି ଯୋଗାଣ ବିଭାଗ I ଉକ୍ତ ଚଢାଉ ରେ ଏ.ସି.ଏସ୍.ଓ ଧୂମରାମ ମୁର୍ମୁ,ଯୋଗାଣ ନିରିକ୍ଷକ ସନ୍ତୋଷ ପ୍ରଧାନ, ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ସୁଶାନ୍ତ ସ୍ଵାଇଁ, ପ୍ରଫୁଲ୍ଲ ଦାସ,ରାଜସ୍ଵ ପର୍ଯ୍ୟବେକ୍ଷକ ରଞ୍ଜିତ ରାଉତ ସହ ନର୍ଲା ପୋଲିସ ର ଉପସ୍ଥିତିରେ ଉକ୍ତ ମଣ୍ଡିର ଦଲାଲ ଉପରେ ଚଢ଼ାଉ କରିଥିବା ସୂଚନା ରହିଛି ।
Comments
Loading...