ଏଣିକି ବ୍ୟାଟେରୀ ଚାଳିତ ଗାଡିରେ ବୁହା ହେବ ଅଳିଆ ଆବର୍ଜନା

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଶବ୍ଦ ଓ ବାୟୁ ପ୍ରଦୂଷଣ କୁ ଲାଘବ କରିବାପାଇଁ ମ୍ୟୁନିସିପାଲଟି ତରଫରୁ ଆଉ ଏକ ପ୍ରଶଂସନୀୟ ଉଦ୍ୟମ ହାତକୁ ନିଆଯାଇଛି। ପୂର୍ବରୁ ସହରବାସୀ ଅଳିଆ ଆବର୍ଜ୍ଜନାକୁ ମନଇଚ୍ଛା ଏଣେତେଣେ ଯେପରି ପକାଇବେ ନାହିଁ ସେଥିପାଇଁ ପ୍ରତି ୱ୍ଵାର୍ଡକୁ ବୁଲିବୁଲି ଟ୍ରାକ୍ଟର ଓ ଟାଟା ମେଜିକ ଗାଡ଼ି ମାଧ୍ୟମରେ ଆବର୍ଜନା ସଂଗ୍ରହ କରାଯାଉଥିଲା। ବର୍ତ୍ତମାନ ବ୍ୟାଟେରୀ ଚାଳିତ ଗାଡି ମାଧ୍ୟମରେ ସହରରେ ଆବର୍ଜନା ସଂଗ୍ରହ କରିବାକୁ ପଦକ୍ଷେପ ନିଆଯାଇଛି। ଫେବୃୟାରୀ ୩ ତାରିଖ ଦିନ ସ୍ଥାନୀୟ ମ୍ୟୁନିସିପାଲଟି କାର୍ଯ୍ୟାଳୟ ଠାରେ ନୂତନ ଭାବେ ବ୍ୟାଟେରୀ ଚାଳିତ ଗାଡିର ଶୁଭ ଉଦ୍ଘାଟନ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ଦ୍ଵାରା ହୋଇ ଯାଇଛି। ଏହି ଅବସରରେ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର , ଇଂ: ମଦନମୋହନ ରାଉତ, ସମିର କୁମାର ଠାକୁର . ପୌରପାଳିକା ଅନେକ ସଦସ୍ୟ ମାନେ ଏବଂ ସଫେଇ କର୍ମଚାରୀ ଅନେକ ମଧ୍ୟ ଥିଲେ । 

 ସମାଜ ସେବୀ ତଥା ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ବିନୀତା ଦାସ, ପୂର୍ବତନ ପୌରାଧ୍ୟକ୍ଷ ଆଦିତ୍ୟ କୁମାର ନନ୍ଦ,ବାବୁଲି ମଣ୍ଡଳ,ସମୀର କୁମାର ଠାକୁର,କୈଶବ ବିହାରୀଙ୍କ ସମେତ ପୌରପାଳିକା ର ସମସ୍ତ କର୍ମକର୍ତ୍ତା ତଥା ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରତି ୬୦୦ ଘରକୁ ଗୋଟିଏ ଗାଡି ଆବର୍ଜନା ସଂଗ୍ରହ କରିବ , ବର୍ତ୍ତମାନ ୮ଟି ଗାଡ଼ି ଆସିଥିବା ବେଳେ ଆଗାମୀ ଦିନରେ ଆବଶ୍ୟକ ମୁତାବକ ଗାଡ଼ିର ବ୍ୟବସ୍ଥା କରାଯିବ ବୋଲି ବିରୋଧୀ ଦଳ ନେତା ଶ୍ରୀ ନାଏକ ସୂଚନା ଦେଇଛନ୍ତି। ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଓ ରାଜ୍ୟ ସରକାରଙ୍କ ସ୍ଵଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା ଯୋଜନା ଅନ୍ତର୍ଗତ ରାଜ୍ୟ ସରକାରଙ୍କ ଅନୁଦାନରୁ ଏହି ପଦକ୍ଷେପ ନେଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।।
Comments
Loading...