ସହରରେ ବଢୁଛି ଟ୍ରାଫିକ ସମସ୍ୟା


କୋଶଲ ନ୍ୟୁଜ୍ ବ୍ୟୁରୋ : ବଲାଙ୍ଗୀର /ବଙ୍ଗୋମୁଣ୍ଡା :-ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ସହରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି l ଥାନା ଠାରୁ ବସଷ୍ଟାଣ୍ଡ ଯାଏ ପ୍ରବଳ ଭିଡ଼ ହେଉଛି l ଟ୍ରାଫିକ ସମସ୍ୟାରେ ସିନ୍ଧେକେଲା ସହରବାସୀ ସମେତ ଗ୍ରାମାଞ୍ଚଳର ଲୋକେ ବଜାର କରିବାକୁ ଆସି ଘଣ୍ଟାଘଣ୍ଟା ଫସିରହୁଛନ୍ତି l

 ଫଳରେ ନାହିଁ ନ ଥିବା ପରିସ୍ଥିତି ସୃଷ୍ଟି ହେଉଛି l ଦୀର୍ଘଦିନରୁ ସିନ୍ଧେକେଲା ପାଇଁ ସ୍ଥାୟୀ ରାଜପଥ ନତୁବା ବାଇପାସ ରାସ୍ତାର ଦରକାର ଥିବାବେଳେ ଏଠିକାର ପ୍ରଶାସନ ସହିତ ନେତାମାନେ ମଧ୍ୟ ଆଖିବନ୍ଦ କରିଥିବା ଜନସାଧାରଣ ଅଭିଯୋଗ କରିଛନ୍ତି l ଆଗାମୀ ଦିନରେ ସ୍ଥାୟୀ ରାସ୍ତା ନିର୍ମାଣନ କଲେ ସହରରେ ଯାତାୟାତ ଦୁର୍ବିସହ ହେବା ସହିତ ଅଧିକ ଦୁର୍ଘଟଣା ହେବ ଏଥିରେ ସନ୍ଦେହ ନାହିଁ l
Comments
Loading...