କ୍ରୀଡା ମନ୍ତ୍ରୀଙ୍କ ଦ୍ବାରା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

କୋଷାଗୁମୁଡା (କୋଶଲ ନ୍ୟୁଜ) ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ଆଜି କୋଷାଗୁମୁଡା ବ୍ଲକ ଗସ୍ତରେ ଆସି ଯୋଗ୍ୟ ହିତାଧ୍ୟାକାରୀଙ୍କୁ ଭତ୍ତା ବଣ୍ଟନ କରିଥିବା ଜଣାପଡିଛି । ଆଜି ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ମାଝୀଧନୁଆ ପଞ୍ଚାୟତ ଆଦର୍ଶ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ବ୍ଲକ ବିଜେଡି ଦଳ ପକ୍ଷରୁ କରାଯାଇଥିଲା । ତାପରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗଦେଇ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରିଥିଲେ । ମଧୁବାବୁ ବର୍ଧକ୍ୟ ଭତ୍ତା ରେ ୨୩ ଜଣ , ମଧୁବାବୁ ବିଧବା ଭତ୍ତା ରେ ୯ ଜଣ, ଇନ୍ଦିରାଗାନ୍ଧୀ ବର୍ଧକ୍ୟ ଭତ୍ତା ରେ ୧୩ ଜଣ ଓ ଇନ୍ଦିରାଗାନ୍ଧୀ ବିଧବା ଭତ୍ତା ରେ ୩ ଜଣଙ୍କୁ ପ୍ରଦାନ କରଯାଇଥିଲା । ସର୍ବମୋଟ ୪୮ ଜଣ ଯୋଗ୍ୟ ହିତାଧ୍ୟାକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ . କୋଷାଗୁମୁଡା ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ ବକ୍ତି, ନବରଙ୍ଗପୁର ଜିଲ୍ଲା ଯୁବ ବିଜେଡି ଉପସଭାପତି ସଞ୍ଜୟ କୁମାର ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ବରିଷ୍ଠ ବିଜେଡି ନେତା ବଦ୍ରୀ ନାରାୟଣ ସିଂ, ଯୋଗେନ୍ଦ୍ର ସ୍ବାଇଁ, ଗୁପ୍ତ ପ୍ରସାଦ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ କୁନ୍ଦନ ଭିତରା ଙ୍କ ସହ ବ୍ଲକ ର ବହୁ ବିଜେଡି ନେତା, କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ସନ୍ତୋଷପୁର ଗ୍ରାମଠାରେ ଏକ କର୍ମୀ ସମ୍ମିଳନୀରେ ରେ ଯୋଗଦେଇ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ ।

Comments
Loading...