ଦମ୍ବୁରୁଧର ଙ୍କ ଦୁଃଖ ର ସାଥି ହେଲେ ଯୁବ ସମାଜ ସେବୀ ଶ୍ରୀ ବାବୁଲି ମଣ୍ଡଳ

ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର ରାଜ୍ୟ ସଭା ସଂସାଦ ଶ୍ରୀ ସୁଜିତ କୁମାର ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ପିଷ୍ପେନ୍ଦ୍ର ସିଂହଦେଓ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଲୋକ ଙ୍କ ସୁଖ ଦୁଃଖ ର ସାଥି ହୋଇ କଳାହାଣ୍ଡି ର କୋଣ ଅନୁକୋଣ ର ଗରିବ ଅସହାୟ ଲୋକଙ୍କ ଦୁଃଖ ରେ ଦୁଖୀ ହୋଇ ସାହାଯ୍ୟ ସହଯୋଗ ପାଇଁ ଶ୍ରୀ ବାବୁଲି ମଣ୍ଡଳ ଆଗେଇ ଆସୁଛନ୍ତି ।ଗତ ଗୁରୁବାର ଦିନ କେସିଙ୍ଗା ବ୍ଲକ ର ହାତୀଖୋଜ ଗ୍ରାମ ର ଦମ୍ବୁରୁଧର ଭୋଇ ଙ୍କ ଘର କୁ ଯାଇ ଟିକ ନିକ କରି ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଥିଲେ ଶ୍ରୀ ବାବୁଲି ମଣ୍ଡଳ ।ଦୀର୍ଘ ମାସ ହେଲା ଦମ୍ବୁରୁଧର ଭୋଇ ନିଜ ଦୃଷ୍ଟି ଶକ୍ତି ହରାଇ ବସିଥିଲେ ।ସେ ଗରିବ ଶ୍ରେଣୀ ର ହୋଇଥିବା ହେତୁ ସେ ଚିକିତ୍ସା ରୁ ବଂଚିତ ହେଉଥିଲେ । ଶ୍ରୀ ବାବୁଲି ମଣ୍ଡଳ ଉଚ୍ଚ କୋଟିର ଚିକିତ୍ସା ପାଇଁ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।ଆଜି ଦମ୍ବୁରୁଧର ଭୋଇ ଙ୍କୁ ଭବାନୀପାଟଣା ସ୍ଥିତ ଶ୍ରୀ ଜଗନ୍ନାଥ ହସ୍ପିଟାଲ କୁ ଆଣି ନିଜେ ଚିକିତ୍ସା କରାଇଥିଲେ ।ଅଗାମୀ ଦିନ ରେ ଦମ୍ବୁରୁଧର ଭୋଇ କିଭଳି ଭାବରେ ତାଙ୍କ ଦୃଷ୍ଟି ଶକ୍ତି ଫେରି ପାଇବେ ତାହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ନର୍ଲା ଅଂଚଳ ର ଜନ ସାଧାରଣ ଙ୍କ ପାଇଁ ନିଜ ଜୀବନ କୁ ଉତ୍ସର୍ଗ କରି ବିପତ୍ତି କାଲେ ଆଗେଇ ଆଶି ଗରିବ ହେଉ ବା ଧନୀ ଲୋକଙ୍କ ପାଇଁ ଦିନ ରାତି କୁ ଏକ କରି ଲୋକଙ୍କ ସେବା କରୁଥିବାରୁ ଅଂଚଳ ର ଲୋକେ ଶ୍ରୀ ବାବୁଲି ମଣ୍ଡଳ ଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।

Comments
Loading...