କଣ୍ଟାବାହାଳ ଜାମ୍ବୁନାଳୀ ଗ୍ରାମରେ ସୋଲାର ଜଳ ଯୋଗାଣ ପ୍ରକଳ୍ପ ଅଚଳ

କୋଶଲ ନ୍ୟୁଜ୍ ବ୍ୟୁରୋ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କଣ୍ଟାବାହାଳ ପଞ୍ଚାୟତ ଅନ୍ତର୍ଗତ ଜାମ୍ବୁନାଳୀ ଗ୍ରାମରେ ସୋଲାର ଜଳ ଯୋଗାଣ ପ୍ରକଳ୍ପଟି ଆଜକୁ ୨ ବର୍ଷରୁ ଅଧିକ ହେବ ପଡି ରହିଛି । ଫଳରେ ଜାମ୍ବୁନାଳୀ ଗ୍ରାମର ଲୋକେ ପିଇବା ଖାଇବା ପାଇଁ ପାଣି ମୁନ୍ଦାଏ ପାଇବା ଆଶାରେ ନାନା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଏମାନେ ହିଞ୍ଜୁଳୀ ନଦୀର ପାଣି ଓ ପୋଖରୀ ଗାଡିଆର ପାଣି ସଗ୍ରଂହ କରି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଏ ବିଷୟରେ ବାରମ୍ବାର ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ଠାରୁ ବ୍ଲକ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଲାପାଳ ପର୍ଯ୍ୟନ୍ତ ଜଣାଇଁ ଆସୁଥିଲେ ମଧ୍ୟ କେହି ଶୁଣୁ ନଥିବା ଗ୍ରାମର ଲୋକେ କହିଛନ୍ତି । ଦେବଗଡ ଜିଲ୍ଲା ପ୍ରଶାସନ ଓ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ସୋଲାର ଟିକୁ ଠିକ କରିବାକୁ ଗୁହାରି କରିଛନ୍ତି ।
Comments
Loading...