ଭାରତୀୟ ଜନତା ପାର୍ଟି ତରଫରୁ ବିଦ୍ୟୁତ ସମସ୍ୟା ନେଇ ରାଜ୍ୟପାଳ ଙ୍କୁ ଉଦ୍ଦେଶ୍ୟରେ ରେ ସ୍ମାରକପତ୍ର ପ୍ରଦାନ

ମାଲକାନଗିରି (କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ଭାରତୀୟ ଜନତା ପାର୍ଟି ଜାତୀୟ କାର୍ଯ୍ୟ କାରିଣୀ ଙ୍କ ନିର୍ଦ୍ଦେଶକ୍ରମେ କାଲିମେଳା ଏବଂ ପଡ଼ିଆ ବ୍ଲକ ଭାରତୀୟ ଜନତା ପାର୍ଟିର ସକ୍ରିୟ କର୍ମୀ ତରଫରୁ ଲୋକଙ୍କ ଅତ୍ୟଧିକ ବିଜୁଳି ବିଲ ଏବଂ ଅଞ୍ଚଳରେ ଲୋ ଭୋଲ୍ଟେଜ ଯୋଗୁଁ ଓ ବାରମ୍ବାର ବିଦ୍ୟୁତ କାଟ କୁ କେନ୍ଦ୍ର କରି ବିଦ୍ୟୁତ ବିଭାଗ ବିପକ୍ଷରେ ଦାବି କରି ସ୍ଳୋଗାନ,ବ୍ୟାନର ପ୍ରଦର୍ଶନ କରିବା ସଙ୍ଗେସଙ୍ଗେ କାଲିମେଳା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟଠାରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବିଜେପି କର୍ମ ମାନେ ସାଇ ବାବା ମନ୍ଦିର ପ୍ରାଙ୍ଗଣରେ ଏକତ୍ରୀତ ହୋଇ କାଲିମେଳା ବଜାର ପରିକ୍ରମା କରି କାଲିମେଳା ବିଦ୍ୟୁତ୍ କାର୍ଯ୍ୟାଳୟରେ ପହଞ୍ଚି ନାରା ବାଜି କରୁଥିଲେ ।

ଏଥିରେ ଦାବିଗୁଡିକ ଥିଲା ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧିରେ ରୋକ ଲଗାଯାଉ, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରାଯାଉ,ରୀତିମତ ଭାବରେ ଗ୍ରାହକ ଙ୍କୁ ବିଲ ପ୍ରଦାନ କରାଯାଉ, ଏକାଥରକେ ବର୍ଷବର୍ଷ ବିଲ ଆଦାୟ ନକରି ଗ୍ରାହକଙ୍କୁ କିସ୍ତି ଅନୁସାରେ ବିଲ ମଗାଯାଉ, ଲୋ ଭୋଲଟେଜ ସମସ୍ୟାର ସମାଧାନ କରାଯାଉ, ଦୀର୍ଘ ସମୟଧରି ବିଦ୍ୟୁତ କାଟର ସମାଧାନ କରାଯାଉ, ମାଲକାନଗିରି ଜିଲ୍ଲାରେ ଉପ୍ତାଦିତ ବିଦ୍ୟୁତ ଅନ୍ୟ ରାଜ୍ୟକୁ ବିକ୍ରି ନକରି ନିଜ ଅଞ୍ଚଳରେ ବଣ୍ଟନ କରାଯାଉ। ଆଜିର ଏହି ରାଲିରେ ଅଧ୍ୟକ୍ଷତା କରିଥିଲେ ମାଲକାନଗିରି ବିଧାୟକ ପ୍ରତିନିଧି ଶ୍ରୀ ଭବାନୀଶଙ୍କର ମୁଖାର୍ଜୀ, ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ସମିର ମିସ୍ତ୍ରୀ, ଜିଲ୍ଲା ପରିଷଦ ସଦସ୍ୟ ଉତ୍ତମ ରାଏ, ଜିଲ୍ଲା ପରିଷଦ ସଦସ୍ୟା ପ୍ରମିଳା ଦାସ, କାଲିମେଳା ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀ,ଵିଶିକେଶନ ଦାଶ, ନିମାଇ ଚନ୍ଦ୍ର ପାଳ ଓ ଅନ୍ୟାନ୍ୟ କର୍ମକର୍ତ୍ତା ବହୁସଂଖ୍ୟାରେ ଯୋଗଦାନ କରିଥିଲେ।

Comments
Loading...