ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ମାଲାକନଗିରି (କୋଶଲ ନ୍ୟୁଜ) ଦିନେ ପରିବାର ଚଳାଉଥିଲେ, ପରିବାରର ସବୁ ସୁଖ ଦୁଃଖ ବୁଝୁଥିଲେ l ଆଉ ଏବେ ସେହି ପରିବାର ଉପରେ ପାଲଟିଛନ୍ତି ବୋଝ l ଏହା ହେଉଛି ମାଲକାନଗିରି ଜିଲ୍ଲା ମାଥିଲି ସଦର ଉପର ସାହିର ପିତୁ ଗଉଡର ଦୁଃଖ ଭରା କାହାଣୀ l ମିଳିଥିବା ସୂଚନା ଅନୁସାରେ ଦୀର୍ଘଦିନ ଧରି ସେ ସିକେଲସେଲ ରୋଗରେ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିଲେ । ସମ୍ପୂର୍ଣ ଡାକ୍ତରୀ ପରୀକ୍ଷା ନିରୀକ୍ଷl ରୁ ଜଣା ପଡିଲା ତାଙ୍କୁ ରକ୍ତକର୍କଟ ରୋଗ ହୋଇଛି । ମାଥିଲି ରେ କର୍କଟ ରୋଗ ପାଇଁ ଭଲ ଚିକିତ୍ସା ସୁବିଧା ନଥିବାରୁ, ଡାକ୍ତର ତାଙ୍କୁ କଟକ ଏସସିବି ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରିବାକୁ ଲେଖିଲେ । ପରିବାରରେ ସ୍ତ୍ରୀ, ଦୁଇ ଝିଅ ଓ ଗୋଟେ ପୁଅ ।କୁଲି କାମ ନ କଲେ ପରିବାର ଚଳେଇବା କଷ୍ଟ କର ବିଷୟ l ଏପରି ସମୟରେ ତାଙ୍କୁ କର୍କଟ ରୋଗ କଥା ଜାଣିବା ପରେ ପରିବାର ଲୋକେ ସମ୍ପୂର୍ଣ ଭାଙ୍ଗି ପଡ଼ିଛନ୍ତି l ଏତେ ଦୁର ଯାଇ ଚିକିତ୍ସା ହେବାକୁ ଟଙ୍କା ନଥିବାରୁ, ପୁରା ପରିବାର ଏବେ ଘୋର ଚିନ୍ତାରେ ଦିନ କାଟୁଛନ୍ତି ।ଏହି ଘଟଣା ବିଷୟରେ ଜାଣିବାକୁ ପାଇଁ ସମାଜସେବୀ ସ୍ମୃତିରଞ୍ଜନ ତାଙ୍କର ରୋଜଗାର ପ୍ରମାଣପତ୍ର ଓ ଅନ୍ୟ କାଗଜପତ୍ର ତିଆରି କରିଦେବେ ବୋଲି ପ୍ରତିଶୃତି ଦେଇଛନ୍ତି । ଯେଉଁ ମଣିଷ ୫ ପ୍ରାଣୀ କୁଟୁମ୍ବ ର ପେଟ ରେ ଦାନା ଦେଉଥିଲା ଆଜି ତା ନିଜ ଅବସ୍ଥା ପଙ୍ଗୁ। ନା ଅଛି ଧନ ସମ୍ପତ୍ତି ନା ଅଛି ଜମିବାଡ଼ି ଏବେ ତ କେବଳ ସରକାର ସାହାଯ୍ୟ କୁ ହିଁ ଅପେକ୍ଷା।ତେବେ ଦେଖିବାକୁ ବାକି ରହିଲା କେବେ ପିତୁ ଗଉଡକୁ ସରକାରୀ ସହାୟତା ମିଳୁଛି l

Comments
Loading...