ଥୁଆପାଲି ଲାୟନ୍ସ କ୍ଳବ ଦ୍ବାରା ଗୋ ମଡକ ର ଶବ ସଂସ୍କାର କରାଯାଇଛି

ବରଗଡ଼(କୋଶଳ ନ୍ୟଜ୍) ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ଗୋରୁଗାଈ ଅକାଳ ମୃତ୍ୟ,ଉପଯୁକ୍ତ ଚିକିତ୍ସା ର ଅଭାବ, ଅବହେଳା ଯୋଗୁଁ ରାସ୍ତା କଡରେ ଅକାଳ ମୃତ୍ୟୁ।
ଗୋ ମାତା ସେବା କରିବା ହିନ୍ଦୁ ର ପରମ୍ପରା ହୋଇଥିବାବେଳେ ଏବେ ଦେଖାଯାଉଛି ଯେ ଗ୍ରାମାଞ୍ଚଳ ଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଲୋକେ ଗାଈଗୋରୁ ପାଳନ କରୁଛନ୍ତି, ହେଲେ ଖାଦ୍ୟ, ଚିକିତ୍ସା ଓ ରକ୍ଷଣାବେକ୍ଷଣ ଉପଯୁକ୍ତ ଯତ୍ନ ନେବାର ପରିଲକ୍ଷିତ ହେଉନାହିଁ। ହେଲେ ଗୋରୁଗାଈ କଂ ଠାରୁ ଯେତିକି ସୁବିଧା, ସାହାଯ୍ଯ ନେଇ ଅନାଥ ଭାବରେ ଛାଡି ଦିଆଯାଉଛି। ଆମେ ମଣିଷ ମାନେ ଉପଯୁକ୍ତ ଯତ୍ନ ଓ ଚିକିତ୍ସା କରିବା ଆବଶ୍ୟକ। ଏଇ ଦେଖନ୍ତୁ ରେଙ୍ଗାଲି କ୍ୟାମ୍ପ ରୁ ଜହ୍ନାପଡା କେନାଲ ରାସ୍ତା କଡ଼ରେ ଦୁଇଦିନ ପର୍ଯ୍ୟନ୍ତ ଗାଈ ଟିଏ ମରିକି ପଡ଼ିରହିଥିଲା lମାଲିକ କିଏ ସେଇ ଗାଈ ର ,ଜଣାପଡିଲା ନାହିଁ lମୃତ ଗାଈର ମାଲିକ କାହିଁକି ମୋର ବୋଲି କହିବ,ସେ ତ ଗାଇଠାରୁ ଯହା ଫାଇଦା ନେବାକଥା ନେଇସାରିଛି ତେଣୁ ମୃତ ଗାଈ ର ମାଲିକ କିଏ ଜଣାପଡିଲା ନାହିଁ lଆଜି ଝରାପଲ ମାର୍କେଟ (ଥୁଆପାଲି)ଲାୟନ୍ସ କ୍ଳବ ର ସଦସ୍ୟମାନଙ୍କ ଦ୍ବାରା ମରିପଡିରହିଥିବା ଗୋ ମଡକ ର ଶବ ସଂସ୍କାର କରାଯାଇଛି lଏତାଦୃଶ କାର୍ଯ୍ୟ ପାଇଁ ସାଧାରଣ ଲୋକେ ଭୂୟସୀ ପ୍ରଶଂସା କରୁଛନ୍ତି l

Comments
Loading...