ଓଡ଼ିଶା ର ଦଲାଲ ଏବଂ ଛତିଶଗଡ଼ ଦଲାଲଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା

କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର :-ଦଲାଲ କାମ କରିବାରେ ମାହୀର ମୁରା ନାୟକ ଚଳିତ ବର୍ଷ ମଣ୍ଡି ଆରମ୍ଭ ରୁ ଅଚଳା ବସ୍ଥା ଚାଲିଥିବା ବେଳେ ଚାଷୀ ନିଜର କଷ୍ଟ ଉପାର୍ଜିତ ଧାନ ବିକ୍ରୟ କରି ନ ପାରି ହନ୍ତସନ୍ତ ହେଉଛି!ସରକାର ଙ୍କ ଧାନ କିଣା ନୀତି ଠିକ ନ ଥିବା ବେଳେ ବାଧ୍ୟ ହୋଇ ଛତିଶଗଡ କୁ ଧାନ ବିକିବା ପାଇଁ ବାଧ୍ୟ ହେଉଛନ୍ତି ଚାଷୀ!ଚାଷ କାର୍ଯ୍ୟ ରେ ଧାର ଉଧାର କରି ଟଙ୍କା ଖର୍ଚ୍ଚ କରି ଥିବା ବେଳେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିବ୍ଲକ ର ବିଭିନ୍ନ ମଣ୍ଡି ରେ ଲାଗିରହିଥିବା ଅବ୍ୟବସ୍ଥା ଯୋଗୁଁ ଠିକ ସମୟରେ ଧାନ ବିକ୍ରି କରି ପାରୁ ନ ଥିବାବେଳେ ମିଲର ମଣ୍ଡି ରେ ପଡି ରହୁଥିବା ଧାନ କୁ ଉଠାଉ ନାହାନ୍ତି ଯାହା ଫଳରେ ବିକ୍ରି କରିଥିବା ଧାନ ର ଟଙ୍କା ମିଳିବା କୁ ଗୋଟିଏ ମାସ ରୁ ବି ଅଧିକ ସମୟ ଲାଗିଯାଉଛି ଚାଷୀ କୁଲି ମଜୁରୀ ଟଙ୍କା ଦେବା ପାଇଁ ବାଧ୍ୟ ହେଉଛି ଛତିଶଗଡ ରେ ଧାନ ବିକ୍ରି ପାଇଁ ପ୍ରଶାସନ ମଧ୍ୟ ଓଡିଶା ର ଧାନ କୁ ରୋକିବା ରେ ବିଫଳ ହୋଇଛି!ସୂଚନା ଅନୁସାରେ ଚନ୍ଦାହାଣ୍ଡି ବ୍ଲକ ମାଲଗାଁ ଗାଁ ର ଚାଷୀ ମୁରା ନାୟକ ନିଜ ଧାନ କୁ ମଣ୍ଡି ରେ ବିକ୍ରୟ କରି ନ ପାରି ଛତିଶଗଡ କୁ ବୋଡର ରାସ୍ତା ଦେଇ ଝାକରପରା କୁ ଖୋଲା ବଜାର ରେ ଧାନ ବିକ୍ରି ପାଇଁ ନେଉଥିବା ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି ଓଡିଶା ର ଧାନ ଛତିଶଗଡ ପ୍ରତିଦିନ ଯାଉଥିବା ବେଳେ ପ୍ରଶାସନ କିମ୍ବା ଯୋଗାଣ ବିଭାଗ ମଧ୍ୟ ଗୁରୁତ୍ୱ ନ ଦେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଦେଖା ଯାଇଛି!

ଛତିଶଗଡ ରେ ଧାନ ର ଦର ଓଡିଶା ର ଧାନ ର ଦର ଠାରୁ ଅଧିକ ଥିବା ଯୋଗୁଁ ଛତିଶଗଡ ର ବେପାରୀ ମଧ୍ୟ ଓଡିଶା ଧାନ କୁ କମ ମୂଲ୍ୟ ରେ କିଣି ମାଲା ମାଲ ହେଉଥିବା ଯୋଗୁଁ ପ୍ରତିଦିନ ହଜାର ହଜାର ବସ୍ତା ଧାନ ଛତିଶଗଡ ଚାଲାଣ ହେଉଥିବା ଦେଖିବାକୁ ମିଳିଛି! 

ମୁରାା ନାୟକ ହେଉଛନ୍ତି ପୂର୍ବତନ ସରପଞ୍ଚ ଏବଂ ବର୍ତ୍ତମାନ ବିଜେଡି ସରକାର ଙ୍କର ଚନ୍ଦାହାଣ୍ଡି ଅଞ୍ଚଳର ବରିଷ୍ଠ ନେତା ସେ ତାଙ୍କର ସରକାର ଥାଇ ମଧ୍ୟ ଓଡିଶା ମଣ୍ଡିରେ ଧାନ ନ ଦେଇ ଦଲାଲ ସାଜି ଓଡ଼ିଶାର ଧାନ କୁ ଛତିଶଗଡ଼ ଦଲାଲ ହାତରେ ଧାନ ଚାଲାଣ କରିବାରେ ମାହୀର ମୁରା ନାୟକ ଶାସକ ଦଳର ପାୱାର ଦେଖାଇ ସାମ୍ବାଦିକ ମାନଙ୍କ ସହିତ ଯୁକ୍ତିତର୍କ କରିବାରେ ମାହୀର ମୁରା ନାୟକ ପୁଣି କହୁଛନ୍ତି ଏହି ପିକ ଅପ ବୋଝେଇ ଧାନ ଗାଡିକୁ ଛତିଶଗଡ଼ ନେଇଯାଅ କିଏ କିଛି କରିବେ ନାହିଁ ମୁଁ ମୁରା ନାୟକ କହୁଛି ପୁଣି କହୁଛନ୍ତି ମୁଁ ଏହି ସରକାର ଙ୍କର ଅବ୍ୟବସ୍ଥା କୁ ଦେଖି ମୁଁ ଓଡ଼ିଶାରେ ଧାନ ବିକ୍ରି ନ କରି ବାଧ୍ୟ ହୋଇ ଛତିଶଗଡ଼ ର ଦଲାଲ ପାଖରେ ଧାନ ଚାଲାଣ କରିଛି ।

Comments
Loading...