ଦୁଇ ବର୍ଷ ହେଲା ବିଲ ପୈଠ ବିଳମ୍ବ କୁ ନେଇ ବ୍ଲକ ସଂମ୍ମୁଖରେ ଅନଶନ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଏମ ରାମପୁର ବ୍ଲକ ସଂମ୍ମୁଖରେ ଆମରଣ ଅନଶନ l ଗତ 2ବର୍ଷ ହେଲା ବ୍ଲକ ଅଧୀନରେ ହୋଇ ଥିବା ଏକ ଖଳା କାମର ବିଲ ପଇଠ ରେ ବିଳମ୍ବ କୁ ନେଇ ନୁନପୁର ଗାଁ ର ହଳଧର ରଣା ନାମକ ବ୍ୟକ୍ତି ଆମରଣ ଅନଶନ କରିଛନ୍ତି l ନୁନପୁର ପଂଚାୟତ ଅଧୀନ ତାଲିଜୋର ନିକଟରେ ସାତ ଲକ୍ଷ ବତିଶ ହଜାର ଖଳା ନିର୍ମାଣ ପାଇଁ ବିଡିଓ ରୁମନା ଜାଫ୍ରି ନୁନପୁର ଗ୍ରାମର ହଳଧର ରଣା ନାମକ ବ୍ୟକ୍ତି ଙ୍କୁ କହିଥିଲେ l

 ବ୍ୟକ୍ତି ଜଣ କ ବିଡିଓ ଙ୍କ କଥା କୁ ମାନି ନିର୍ମାଣ କାମ ସଂପୂର୍ଣ କରିଥିଲେ l ଆଜ କୁ 2ବର୍ଷ ବିତିଯାଇଥିଲେ ସୁଦ୍ଧା ଉକ୍ତ କାମ ର ବିଲ ପଇଠ ହୋଇପାରିନାହିଁ ଉକ୍ତ କାମ ର ବିଲ କୁ ବିଭାଗୀୟ କନିଷ୍ଟ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ବ୍ଲକ ଅଧ୍ୟକ୍ଷ, ପିଡି ଡି ଆର ଡି ଏ ପାସ କରିଥିଲେ ହେ ବି ଡି ଓ ଆକ୍ରୋଶ ମୂଳକ ଭାବେ ଦସ୍ତଖତ କରୁ ନାହାନ୍ତି ବୋଲି ହଳଧର ରଣା କହୁଛନ୍ତି l ବାରମ୍ବାର ବି ଡି ଓ ଜାଫ୍ରି ଙ୍କୁ କହିଲେ ସୁଦ୍ଧା ସୁଫଳ ମିଳୁନାହିଁ ତେଣୁ ଆଜି ଶ୍ରୀ ରଣା ବ୍ଲକ ସଂମୁଖରେ ବିଲ ପଇଠ ଯେତେ ଦିନ ପର୍ଯ୍ୟନ୍ତ ନ ହୋଇଛି ଆମରଣ ଅନଶନ ରେ ବସିବେ ଓ ଆତ୍ମହତ୍ୟା କରିବା ପାଇଁ ଚେତାବନୀ ଦେଇଛନ୍ତି l
Comments
Loading...