ଖୁସି ଚାରିଟେବୁଲ ଟ୍ରଷ୍ଟ ତରଫରୁ ସାଧାରଣ ତନ୍ତ୍ର ଦିବସ ଅଫିସ କାର୍ଯ୍ୟାଳୟ ଠାରେ ପାଳିତ

କୋଶଲ ନ୍ୟୁଜ୍ ବ୍ୟୁରୋ : ଆଜି ସମଗ୍ର ଦେଶ 72 ତମ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେ ଖୁସି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମଧ୍ୟ ସାଧାରଣ ତନ୍ତ୍ର ଦିବସ ତିଳଯୋଡି ର ଅଫିସ କାର୍ଯ୍ୟାଳୟ ଠାରେ ପାଳିତ ହୋଇ ଯାଇଛି l ଏହି ଅବସରରେ ଟ୍ରଷ୍ଟ ର ମୁଖ୍ୟ ଉପଦେଷ୍ଟା ଶ୍ରୀ ଭୁବନ ହରି ପ୍ରଧାନ ଯୋଗ ଦେଇ ପତାକା ଉତୋଳନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଟ୍ରଷ୍ଟ ର ଉପଦେଷ୍ଟା ଗୋବର୍ଧନ ମାଝୀ ଉପସ୍ଥିତ ରହି ଗ୍ରାମ ର ଯୁବ ଗୋଷ୍ଟି, ଉପସ୍ଥିତ ଜନତା ଓ ସମସ୍ତ ସଦସ୍ୟ ଙ୍କୁ ଉଦବୋଧନ ଦେଇଥିଲେ l ପରେ ଟ୍ରଷ୍ଟ ପକ୍ଷରୁ କିଛି କୁନି କୁନି ଶିଶୁ ମାନଙ୍କୁ କିଛି ମିନା ବହି, ଖାତା ଓ କଳମ ପ୍ରଦାନ କରାଯାଇଥିଲା l ଏହି ଅବସରରେ ଟ୍ରଷ୍ଟ ର ସମ୍ପାଦକ ଯଶୋବନ୍ତ ରଣା ଉପସ୍ଥିତ ଗ୍ରାମ ବାସୀଙ୍କୁ ଟ୍ରଷ୍ଟ ର ଉଦେଶ୍ୟ ଓ ଆଗାମୀ ଦିନର କାର୍ଯ୍ୟପନ୍ଥା ବିଷୟରେ ଅବଗତ କରାଇଥିଲେ l ଏହି ଦିବସ ରେ ଟ୍ରଷ୍ଟ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l
Comments
Loading...