ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ ପାଇଁ ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଅଭିଯାନ

କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର : ଅଯୋଧ୍ୟା ରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଶ୍ରୀ ରାମ ଭକ୍ତ ମାନେ ଗାଁ ଗାଁ ରେ ବୁଲି ନିଦ୍ଧି ସଂଗ୍ରହ କରିଛନ୍ତି। ଜାନୁଆରୀ ୨୫ ତାରିଖ ୨୦୨୧ ଠାରୁ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଆଜି ନବରଙ୍ଗପୁର ନଗର ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ସମ୍ମାନନୀୟ ସୁଶିଲ ଜୈନ, ବିକ୍ରମ ଜୈନ, ହିନ୍ଦୁ ଏକତା ବାହିନୀ ର ଗଉରୀ ଶଙ୍କର ସାହୁ,ବିପିନ ବିହାରୀ ମିଶ୍ର, ଶର୍ମିଷ୍ଠା ଦେଓ , ହିନ୍ଦୁ ମହାସଂଘ ର ଆଇନ୍ ପରାମର୍ଶ ଦାତା ପ୍ରସାନ୍ତ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତି , ଉମରକୋଟ ରେ ବିଶ୍ଵ ହିନ୍ଦୁ ପରିଷଦ ର ଶୁନିଲ ବେହେରା, ବାଳକୃଷ୍ଣ ପଟ୍ଟନାୟକ, ହିନ୍ଦୁ ମହାସଂଘ ର ମିଲୁ ପଣ୍ଡା,ନିଗମ ସାହୁ, ଅଶୋକ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କରିଥିଲେ। 

ଏହିପରି ନନ୍ଦାହାଣ୍ଡି ଅନ୍ତର୍ଗତ ମେଣ୍ଟ୍ରି ଓ ଡଙ୍ଗରଭେଜା ତଥା ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ରାମ ଭକ୍ତମାନେଙ୍କ ଦ୍ଵାରା ଏହି ପବିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ବିଶ୍ଵ ହିନ୍ଦୁ ପରିଷଦ, ହିନ୍ଦୁ ମହାସଂଘ, ହିନ୍ଦୁ ଏକତା ବାହିନୀ ତଥା ଅନ୍ୟାନ୍ୟ ହିନ୍ଦୁ ସଂଗଠନ ର ସଦସ୍ୟ ମାନେ ଉତ୍ସାହର ସହ ଏହି କାର୍ଯ୍ୟକ୍ରମ ରେ ଭାଗ ନେଉଛନ୍ତି। ହିନ୍ଦୁ ମହାସଂଘ ର କେନ୍ଦ୍ରୀୟ ସଂଯୋଜକ ନରସିଂହ ତ୍ରିପାଠୀ ବ୍ୟକ୍ତ କରିଛନ୍ତି ଯେ, ଏପରି ଉତ୍ସାହ ପ୍ରକୃତରେ ଅନେକ ବର୍ଷ ପରେ ଦେଖିବାକୁ ମିଳିଛି। ସମସ୍ତ ହିନ୍ଦୁ ସଂଗଠନ , ଜାତି ବର୍ଣ୍ଣ ଲିଙ୍ଗ ନିର୍ବିଶେଷରେ ହିନ୍ଦୁ ସମାଜ ଏକ ହୋଇ ଏହି ପବିତ୍ର କାର୍ଯ୍ୟକ୍ରମ ରେ ଭାଗ ନେବା ପାଇଁ ଅନୁରୋଧ କରିଛନ୍ତି। ଜିଲ୍ଲା ରେ ଏକ ନବ ଜାଗରଣ ର ସୂତ୍ରପାତ ହୋଇଛି ଓ ଏହା ଦିବ୍ୟ ଶକ୍ତି ର ପ୍ରଭାବ ବୋଲି ସେ ଜଣାଇଛନ୍ତି।
Comments
Loading...