ମା ତାରିଣୀ କ୍ରିକେଟ ଟୁର୍ଣ୍ଣାମେଂଟ ଲାଖପଦର ବିଜୟୀ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି : ଭୀମକେଲା ଗ୍ରାମ ପଂଚାୟତ ଅଧିନସ୍ଥ ପଲସାପଡା ଗ୍ରାମ ର ବଡଭଟା ଖେଳ ପଡ଼ିଆଠାରେ ଗତ 17.01.2021 ରୁ ଅନୁଷ୍ଠିତ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଂଟ ର ଆଜି ଫାଇନାଲ ମ୍ୟାଚ ଲାଖପଦର ଓ ଟାପରାଙ୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଲାଖପଦର ଦଳ ଟଚ ଜିଣି ପ୍ରଥମେ ବ୍ୟାଟିଂ ର ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସ ରେ 4 ଓଇକେଟ ବିନିମୟରେ 125 ରନ ର ବିଜୟ ଲକ୍ଷ ଦେଇଥିଲା । ଦ୍ଵିତୀୟ ଇଂନିଂସ ରେ ଟାପରାଙ୍ଗ ଦଳ ବିଜୟ ଲକ୍ଷ କୁ ପିଛା କରି 74 ରନ ରେ ଅଲଆଉଟ ହୋଇଯାଇଥିଲା। 

ଲାଖପଦର ଦଳ ବିଜୟ ହାସଲ କରିଥିଲା । ଉକ୍ତ ଖେଳ କୁ ଦୁଇ ଆଂପ୍ୟାର ସଂଜୀବ ସାହୁ ଓ ଗୋବିନ୍ଦ ମାଝୀ ପରିଚାଳନା କରିଥିବା ବେଳେ ଧାରା ବିବରଣୀ ଦେଇଥିଲେ ହେମନ୍ତ କୁମାର ସାହୁ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ନର୍ଲା ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ହରିଶଙ୍କର ମାଝୀ ଯୋଗଦେଇଥିଲେ , ପଲସାପଡା ଗ୍ରାମର ପୂର୍ବତନ ବରିଷ୍ଠ କ୍ରିକେଟ ଖେଳାଳୀ ବଂଶୀଧର ନାଏକ ,ସୁରେଶ ଶର୍ମା , ଭୀମକେଲା ଗ୍ରାମର ବିଜେଡି ସଭାପତି ଶରତ ନାଏକ, ଖେଳ ଶିକ୍ଷକ ସମୀର ନାଏକ, ସି ଆର ସି କ୍ଷମାସିଲ ନାଏକ ଯୋଗଦେଇଥିଲେ । 
ବିଜୟ ହାସଲ କରିଥିବା ଦଳକୁ ମୁଖ୍ୟ ଅଥିତି ଦଶ ହଜାର ନଗଦ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ ଓ ପରାଜୟ ଦଳ କୁ ସମ୍ମନିତ ଅଥିତି ଟ୍ରଫି ଶହ ଛଅ ହଜାର ଟଙ୍କା ପ୍ରଦାନ କରିଥିଲେ । ଉକ୍ତ କର୍ଯ୍ୟକ୍ରମ କୁ ହେମସାଗର ସାହୁ, ଲମ୍ବୋଦର ସାହୁ, ପ୍ରତୀକ ସାହୁ, ବିକ୍ରମ ମାଝୀ , କାହ୍ନା ସାହୁ, ବିକ୍ରମ ମାଝୀ, ଚନ୍ଦନ ସେଠ, ସରୋଜ ସେଠ, ବୃନ୍ଦା ମାଝୀ ଓ ଟିମ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
Comments
Loading...