ଗୋଁଣ୍ଡ ସାଂସ୍କୃତିକ ସମାଜ ର ଜଙ୍ଘାଲିଙ୍ଗା ପୂଜା ସମାହାର

କୋଶଲ ନ୍ୟୁଜ୍ ବ୍ୟୁରୋ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କଣ୍ଟାବାହାଳ ପଞ୍ଚାୟତ ଅନ୍ତର୍ଗତ ବିରଞ୍ଚିପାଲି ଗ୍ରାମରେ ଜଙ୍ଘାଲିଙ୍ଗା ପୂଜା ସଭାପତି ପିତବାସ ଅଟି ଓ ଭାଗ୍ୟ ଧର କୁମୁରା ତତ୍ବାବଧାନତାରେ ଅନୁଷ୍ଠିତ ହୋଇଯାଇଛି ।
ଗୋଁଣ୍ଡ ସାଂସ୍କୃତିକ ସମାଜ ନଇକୂଳ ଗୁଡି ଜଙ୍ଘାଲିଙ୍ଗା ବଡଦେଓଙ୍କର ପୌଷମାସ ଶୁକ୍ଳପକ୍ଷ ଯେ କୌଣସି ତିଥିରେ ପୂଜା ଅନୁଷ୍ଠିତ ହୋଇଥାଏ । ଏହି ଜଙ୍ଘାଲିଙ୍ଗା ପୂଜାରେ ରିଆମାଳ ବ୍ଲକର ସମସ୍ତ ପଞ୍ଚାୟତରୁ ପ୍ରାୟ ୫ ହଜାର ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା ଏବଂ ବିରଞ୍ଚିପାଲି ରାଧାକୃଷ୍ଣ ସଂକ୍ରିତ୍ତନ ମଣ୍ଡଳୀ ଓ ସାତ କିଆରି ଏବଂ ଦଳ ମନରଞ୍ଜନ କରିବା ସହିତ ଚନ୍ଦ୍ର କୁଅଁର ,ବିରଞ୍ଚି ନାୟକ, କହ୍ନେଇଁ ନାୟକ, ପ୍ରଦିପ କୁମାର ଅଟି, ପରମା ନନ୍ଦ ନାୟକ, ନଳିନି ଚନ୍ଦ୍ର ଗଡତିଆ , ପ୍ରଶାନ୍ତ ନାୟକ ପୂଜକ ସାଗର ଚନ୍ଦ୍ର ନାୟକ ଓ ଅନ୍ୟମାନେ ସହଯୋଗ କରିଥିଲେ ।।
Comments
Loading...