ଆମ୍ବାଦଳା ଥାନା ହୋମଗାର୍ଡ ସିକା ଵାଗ ଙ୍କୁ ରାୟଗଡା ଏସ୍ ପି ଙ୍କ କାର୍ଯାଳୟ ରେ ଅବସର କାଳିନ ଵିଦାୟ ସମ୍ବର୍ଦ୍ଧନା

କୋଶଲ ନ୍ୟୁଜ୍ ବ୍ୟୁରୋ : ମୁନିଗଡା -ରାୟଗଡା ଜିଲ୍ଲା ଆମ୍ବାଦଳା ଥାନାର ହୋମଗାର୍ଡ ଶ୍ରୀ ସିକା ଵାଗ ଙ୍କୁ ଆଜି ରାୟଗଡା ଏସ୍ ପି ଙ୍କ କାର୍ଯାଳୟରେ ଅଵସର କାଳିନ ଵିଦାୟ ସମ୍ବର୍ଦ୍ଧନା କାର୍ଯ୍ୟ କ୍ରମ ଏସ୍ ପି ଶ୍ରୀବିବେକାନନ୍ଦ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଅଛି।
ଏହି କାର୍ଯ୍ୟକ୍ରମରେ ପୋଲିସ ଆର୍ ଆଇ ନିରଞ୍ଜନ ନାୟକ ଯୋଗଦେଇଥିବାଵେଳେ ଡି ଏସ୍ ଆଇ ଶ୍ରୀ ଵି. ପ୍ରଧାନ, ମୁନୀଗୁଡା ଥାନା ହୋମଗାର୍ଡ ପ୍ଲାଟୁନ୍ କମାଣ୍ଡର ଶ୍ରୀ ଟୁଲୁ ପାଢି, ପ୍ଲାଟୁନ କମାଣ୍ଡର ଶ୍ରୀ ଦୁର୍ଗା ପ୍ରସାଦ ପାଣିଗ୍ରାହୀ, ଲଡୁ କିଶୋର ଵେହେରା, ଵିନୋଦ ଭାତ୍ରା, ପ୍ରଦିପ ନାୟକ, ମାର୍କଣ୍ଡ,ଜଗନ୍ନାଥ, ବାପି ଏବଂ ସରୋଜ ପ୍ରମୂଖ ଉପସ୍ଥିତ ରହି ଥିଲେ। ଶ୍ରୀ ଵାଗ 36 ଵର୍ଷ ସମସ୍ତ ଅଧିକାରୀ ଓ ସହକର୍ମୀଙ୍କ ସହ ମିଳିମିଶି ଶାନ୍ତିରେ ନିଜ କର୍ତଵ୍ୟରେ ଅବହେଳା ନକରି ସରକାରଙ୍କ ନିତି ନିୟମକୁ ସୁଚାରୁ ରୂପେ ମାନୀ ଆଜି ଚାକିରୀ ରୁ ଅଵସର ନେଉଛନ୍ତି।
କରୋନା ଭଳି ମହାମାରୀ ସମୟରେ ନିଜ ଜୀଵନକୁ ବାଜିମାରି ଜନତାଙ୍କ ସେଵାରେ ନିଜକୁ ଉତ୍ସର୍ଗ କରିଥିଲେ। ତାଙ୍କର ଏହି ଅଵସର ପାଇଁ ଜିଲ୍ଲାରେ ସମସ୍ତ ହୋମଗାର୍ଡ (୧୧୨)ଜଣଙ୍କର ଗୋଟିଏ ଦିନର ଦରମା କଟାଯାଇ ଏକ ଲକ୍ଷ ଟଙ୍କା ଵିଦାୟ ହୋମଗାର୍ଡ ଶ୍ରୀ ସିକା ଵାଗ ଙ୍କୁ ଏସ୍ ପି ଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି।
Comments
Loading...