ଫେବୃଆରୀ ୨୨ ରେ ମାଁ ମାଣିକେଶ୍ବରୀ ମନ୍ଦିର ନିର୍ମାଣର ଶୁଭାରମ୍ଭ ନିଷ୍ପତ୍ତି।

କୋଶଲ ନ୍ୟୁଜ୍ ବ୍ୟୁରୋ : ଥୁଆମୂଳ ରାମପୁର,୧୯|୦୧,କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀଙ୍କ ଆଦୀଶକ୍ତି ଥୁଆମୂଳ ରାମପୁର ପୀଠର ବହୁ ପୁରାତନ ମନ୍ଦିରକୁ ନବକଳେବର କରାଯିବା ନେଇ ନିଷ୍ପତ୍ତି ନେଇଛି ମନ୍ଦିର ନିର୍ମାଣ କମିଟି।ଏନେଇ ମଙ୍ଗଳବାର ମାଁ ମାଣିକେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକରେ ଆଲୋଚନା ହୋଇଥିଲା।
ଅନୁଷ୍ଠିତ ଏହି ବୈଠକରେ ଆମନ୍ତ୍ରିତ ଅତିଥି ଓଡିଶା ସରକାରଙ୍କ ମାନ୍ୟବର ଗୃହ,ଶକ୍ତି ,ଶିଳ୍ପ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀଯୁକ୍ତ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ,ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଓ ପୁର୍ବତନ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ ଉପସ୍ଥିତ ରହି ମାଁଙ୍କ ଏକ ନୂତନ ଭବ୍ୟ ମନ୍ଦିର ନିର୍ମାଣରେ ସହଯୋଗର ସଂକଳ୍ପ ନେଇଥିବା ପ୍ରକାଶ କରିଛନ୍ତି।ସ୍ଥାନୀୟ ଜନପ୍ରତିନିଧି ଓ ଅଞ୍ଚଳର ବହୁ ବିଶିଷ୍ଟ ଲୋକଙ୍କ ସହିତ ଗ୍ରାମର ଅନେକ ମହିଳା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।ମନ୍ଦିର ନିର୍ମାଣ ପାଇଁ ସମସ୍ତଙ୍କ ଆନ୍ତରିକ ସହୟଯୋଗର ଆବଶ୍ୟକତା ରହିଛି ବୋଲି ଆମନ୍ତ୍ରିତ ଅତିଥିଗଣ ବକ୍ତବ୍ୟ ପ୍ରଦାନ କରିଛନ୍ତି|
Comments
Loading...