ଲଡୁଗାଁ ଶାଖା ତରଫରୁ ବ୍ରହ୍ମା ବାବାଙ୍କ ସୃତି ଦିବଶ ପାଳନ

କୋଶଲ ନ୍ୟୁଜ୍ ବ୍ୟୁରୋ : ଚଲିତ ବର୍ଷ ଜାନୁଆରୀ 18 ତାରିଖ ଦିନ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ଲଡୁଗାଁ ଶାଖା ତରଫରୁ ବ୍ରହ୍ମା ବାବାଙ୍କ ସୃତି ଦିବଶ ପାଳନ କରାଯାଈଥିଲା। ଏଥିରେ ସାଖାର ମୂଖ୍ୟ ପରିଚାଲକା ବିକେ ଲତା ଭଉଣୀ ସୃତି ଦିବଶ ବିଷୟରେ ବିସ୍ତୃତ ଭାବରେ ଭାଇ ଓ ଭଉଣୀ ମାନଙ୍କୁ ବୁଝାଇବା ସହିତ ଦିବ୍ୟଗ୍ୟାନ ପ୍ରଦାନ କରି, ବ୍ରହ୍ମା ବାବା ଜୀବନୀ ଉପରେ ଆଲୋକପାତ କରିଥିଲେ ।
ଏଠାରେ ବରିଷ୍ଠ ଭାଇ ଭଉଣୀ ମାନେ ଗତ ସାତଦିନ ଧରି ଚାଲିଥିବା ଯୋଗଭଟିର ଅନୁଭବ ସୁଣାଇଥିଲେ । ଉକ୍ତ ଶାଖାରେ ବରିଷ୍ଠ ବିକେ ସୁବାସ ଭାଇ, ବିକେ ଅଶୋକ ଭାଇ, ବିକେ ମୁରାରି ଭାଇ, ବିକେ ଦାଶରଥି ଭାଇ, ବିକେ ବଜରଙ୍ଗ ଭାଇ, ବିକେ ଧୃବ ଭାଇ, ବିକେ ରମେଶ ଭାଇ, ବିକେ ତରୁଲତା ଭଉଣୀ , ବିକେ ମୋତି ଭଉଣୀ , ବିକେ ରୁକ୍ମୁଣୀ ଭଉଣୀ, ବିକେ କଲ୍ୟାଣି ଭଉଣୀ, ବିକେ ଲିଲି ଭଉଣୀ , ବିକେ ସୃତି ଭଉଣୀ ଙ୍କ ସମେତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ଲଡୁଗାଁ ଶାଖା ର ଭାଇ ଓ ଭଉଣୀ ମାନେ ଯୋଗ ଦେଇ ଶାନ୍ତିପୂର୍ଣ୍ଣ ଭାବେ ସହଯୋଗ କରିଥିଲେ ।।
Comments
Loading...