କୋଟିଏ ହୃଦୟର ଗୋଟିଏ ନାୟକ ଲଲିତ ନାୟକ ଙ୍କୁ ଅନ୍ତିମ ବିଦାୟ ଦେଲେ ବଲାଙ୍ଗୀର ବାସୀ

କୋଶଲ ନ୍ୟୁଜ୍ ବ୍ୟୁରୋ : ବଲାଙ୍ଗୀର : ବିଶିଷ୍ଟ ସାମାଜିକ କାର୍ଯ୍ୟକର୍ତ୍ତା ତଥା ଶ୍ରମିକ ନେତା ଲଲିତ ନାୟକଙ୍କ ସୋମବାର ସକାଳେ ଏମ୍ସ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ବେଳେ ଦେହାନ୍ତ ହୋଇଛି |ଆଜି ସକାଳ ୫.୩୦ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଭୁବନେଶ୍ୱରରୁ ତାଙ୍କ ପାର୍ଥିବ ଶରୀର ଆସି ବଲାଙ୍ଗିର ପହଞ୍ଚିବା ପରେ ଜନସାଧାରଣଙ୍କ ଶେଷ ଦର୍ଶନ ପାଇଁ କିଛି ସମୟ ରଖାଯାଇଥିଲା ।ବଲାଙ୍ଗୀର ରେ ଅନେକ ସଂଗଠନ ର କର୍ମକର୍ତ୍ତା, ଅନେକ ରାଜନୈତିକ ନେତା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ ।
ବଲାଙ୍ଗୀର ରୁଗୁଡ଼ିପଡ଼ା ଦୁର୍ଗା ପୂଜା ମଣ୍ଡପ ଠାରୁ ସେହି ବାଟେ ଶବଧାର ଏକ ବିରାଟ ଶୋଭାଯାତ୍ରାରେ କୋଟିଏ ହୃଦୟର ଗୋଟିଏ ନାୟକ ଲଲିତ ଦା ଅମର ରହେ ଧ୍ୱନି ସହ ଆଗେଇ ଚାଲିଥିଲା ସମାଧିସ୍ଥଳକୁ ।ତାଙ୍କୁ ଅନ୍ତିମ ସମ୍ମାନ ପ୍ରଦର୍ଶନ କରାଯାଇଥିଲା ଏବଂ ଚନ୍ଦନ କାଠ ଓ ଘିଅରେ ତାଙ୍କ ମରଶରୀର ପଞ୍ଚଭୂତରେ ଲୀନ ହୋଇଥିଲା ।
ତାଙ୍କ ପରଲୋକରେ ସମଗ୍ର ବଲାଙ୍ଗୀର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ତାଙ୍କୁ ସମ୍ମାନ ଜଣାଇ ବଲାଙ୍ଗୀର ହଜାର ହଜାର ଲୋକ ସ୍ଵତଃ ପ୍ରଭୁତ୍ଵ ଦୋକାନ ବଜାର ବନ୍ଦ କରି ତାଙ୍କ ଶେଷ ଦର୍ଶନ କରିବାକୁ ଭିଡ଼ ଲଗାଇଥିଲେ ।
ସାମାଜର ଦଳିତ, ନିଷ୍ପେସିତ, ଗରିବ ଖଟିଖିଆମାନଙ୍କ ବିଭିନ୍ନ ସମସ୍ୟା ନେଇ ଲଢେ଼ଇ କରିବାରେ ଶ୍ରୀ ନାୟକ ଜଣେ ଆଗୁଆ ସୈନିକ ଭାବରେ ଠିଆ ହେଉଥିଲେ ସବୁବେଳେ । ଲଳିତ ନାୟକ ପଶ୍ଚିମ ଓଡ଼ିଶା ଶ୍ରମିକ ସଂଘ, ବିଦ୍ୟୁତ୍ କର୍ମଚାରୀ ସଂଘ ଏବଂ ରିକ୍ସା ଓ ଅଟୋ ଚାଳକ ସଂଘ ଭଳି ପ୍ରାୟ ୫୦ ଟି ସଂଗଠନର ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ। ତାଙ୍କ ମାର୍ଗଦର୍ଶନରେ ଅନେକ ସମାଜସେବୀ ସଂଗଠନ ମଧ୍ୟ ଗଠନ କରାଯାଇଛି। ଗରିବ ଓ ନିସଃହାୟଙ୍କ ପାଇଁ ସେ ସଦାସର୍ବଦା ଲଢ଼େଇ କରିଥିଲେ। ସେ ଜିଲ୍ଲାରେ ରକ୍ତଦାନ ଅଭିଯାନରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ସାରା ଜୀବନ ନିଜକୁ ସମାଜସେବାରେ ନିୟୋଜିତ କରିଥିବା ଲଳିତ ନାୟକ ବିବାହ କରି ନଥିଲେ। ତାଙ୍କ ବିୟୋଗରେ ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।ତାଙ୍କ ପରଲୋକ ଖବର ବଲାଙ୍ଗିର ନୂହେଁ ସାରା ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି ।
Comments
Loading...