ପରଲୋକରେ ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକ

କୋଶଲ ନ୍ୟୁଜ୍ ବ୍ୟୁରୋ : ବଲାଙ୍ଗୀର : ଜଣାଶୁଣା ସାମାଜିକ କାର୍ଯ୍ୟକର୍ତ୍ତା ତଥା ଶ୍ରମିକ ନେତା ଲଲିତ ନାୟକଙ୍କ ସୋମବାର ସକାଳେ ଏମ୍ସ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ବେଳେ ଦେହାନ୍ତ ହୋଇଛି ବୋଲି ତାଙ୍କ ପରିବାର ସୂତ୍ରରୁ ପ୍ରକାଶ।

୬ ମାସ ହେଲା ଲଳିତ ନାୟକ ଭୁବନେଶ୍ୱରରେ ରହି ଚିକିତ୍ସିତ ହେଉଥିଲେ। ପ୍ରଥମେ କ୍ୟାନସରରେ ଓ ପରେ କରୋନାରେ ସେ ଆକ୍ରାନ୍ତ ହୋଇଥିଲେ। ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା। ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।
ପ୍ରକାଶ ଥାଉକି, ଆଜି ସକାଳ ୫.୩୦ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ସେ ଆହୁରି ମଧ୍ୟ କୋଭିଡ-୧୯ ରେ ସଂକ୍ରମିତ ହୋଇଥିଲେ ଏବଂ ସୁସ୍ଥ ହୋଇଯାଇଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ସମାଜର ଦଳିତ, ନିଷ୍ପେସିତ, ଗରିବ ଖଟିଖିଆମାନଙ୍କ ବିଭିନ୍ନ ସମସ୍ୟା ନେଇ ଲଢେ଼ଇ କରିବାରେ ଶ୍ରୀ ନାୟକ ଜଣେ ଆଗୁଆ ସୈନିକ ଭାବରେ ଠିଆ ହେଉଥିଲେ ସବୁବେଳେ । ଲଳିତ ନାୟକ ପଶ୍ଚିମ ଓଡ଼ିଶା ଶ୍ରମିକ ସଂଘ, ବିଦ୍ୟୁତ୍ କର୍ମଚାରୀ ସଂଘ ଏବଂ ରିକ୍ସା ଓ ଅଟୋ ଚାଳକ ସଂଘ ଭଳି ପ୍ରାୟ ୫୦ ଟି ସଂଗଠନର ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ। ତାଙ୍କ ମାର୍ଗଦର୍ଶନରେ ଅନେକ ସମାଜସେବୀ ସଂଗଠନ ମଧ୍ୟ ଗଠନ କରାଯାଇଛି। ଗରିବ ଓ ନିସଃହାୟଙ୍କ ପାଇଁ ସେ ସଦାସର୍ବଦା ଲଢ଼େଇ କରିଥିଲେ। ସେ ଜିଲ୍ଲାରେ ରକ୍ତଦାନ ଅଭିଯାନରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥି ପାଇଁ ମଧ୍ୟ ସେ ରାଜ୍ୟପାଳ ଙ୍କଠାରୁ ପୁରସ୍କାର ପାଇଥିଲେ |
ସାରା ଜୀବନ ନିଜକୁ ସମାଜସେବାରେ ନିୟୋଜିତ କରିଥିବା ଲଳିତ ନାୟକ ବିବାହ କରି ନଥିଲେ। ତାଙ୍କ ବିୟୋଗରେ ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।ତାଙ୍କ ପରଲୋକ ଖବର ବଲାଙ୍ଗିର ନୂହେଁ ସାରା ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ପାର୍ଥିବ ଶରୀରକୁ ବଲାଙ୍ଗିର ଅଣାଯାଇ ସତ୍କାର କରାଯିବ ବୋଲି ଜଣାପଡ଼ିଛି।
Comments
Loading...