ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁଟି ନେଲେ ୪ ଲକ୍ଷ ଟଙ୍କା
କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲା ଉମରକୋଟର ଜଣେ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ତାଙ୍କଠାରୁ ୪ ଲକ୍ଷ୍ୟ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ମୋଟର ସାଇକେଲରେ ଚଚା ଗାଁ’ରୁ ମକା ବ୍ୟବସାୟୀ ପାଇଁ ରାଜେନ୍ଦ୍ର ସିଂ ଯାଦବ ଝରିଗାଁ’ର କଙ୍ଗୋରା ହାଟ ଯିବା ସମୟରେ ୩ ଦୁର୍ବୃତ୍ତ ଚକଲା ପଦର ଘାଟି ଠାରେ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ୪ ଲକ୍ଷ ଟଙ୍କା ଲୁଟି ନେଲେ।
ମୁହଁରେ କପଡା ବାନ୍ଧି ଆସିଥିବା ଡକାୟତମାନେ ପ୍ରଥମେ ବ୍ୟବସାୟୀଙ୍କୁ ଅଟକାଇ ଖଣ୍ଡା ସାହାଯ୍ୟ ଆକ୍ରମଣ କରି ବ୍ୟାଗରେ ଥିବା ଟଙ୍କା ଲୁଟି ନେଲେ। ଏନେଇ ଝରିଗାଁ ଥାନାରେ ଏତଲା ଦେଇଛନ୍ତି ବ୍ୟବସାୟୀ ଜଣଙ୍କ। ଝରିଗାଁ ପୁଲିସ ତଦନ୍ତ ଆରମ୍ଭ କରିବା ସହ ଗୁରୁତର ଅବସ୍ଥାରେ ବ୍ୟବସାୟୀଙ୍କୁ ପ୍ରଥମେ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇଥିଲେ। ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନାହଁ।
ଆମେ ଦେବୁ ସତ୍ୟ ଖବର ସବୁ ଅଞ୍ଚଳ ର ଖବର ସବୁ ଖବର ଆପଣଙ୍କ ପାଖରେ ସବୁ ସମୟରେ।
କୋଶଲ ନ୍ୟୁଜ୍। ଆପଣଙ୍କର ଅଞ୍ଚଳ, ଆପଣଙ୍କର ଖବର।
Prev Post
Comments