ଡାବୁଗାଁ ସାମ୍ବାଦିକ ସଙ୍ଘ ତରଫରୁ ନୂତନ ତହସିଲଦାର ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କୋଶଲ ନ୍ୟୁଜ୍ ବ୍ୟୁରୋ :  ନବରଙ୍ଗପୁର ଜିଲା ଡାବୁଗାଁ ତହସିଲ କୁ ଶୁକ୍ରବାର ନୂତନ ଭାବେ ତହସିଲଦାର ସନ୍ଧ୍ୟା ସମରଥ ଯୋଗ ଦେଇଥିବାରୁ ଡାବୁଗାଁ ସାମ୍ବାଦିକ ସଙ୍ଘ ଫୁଲଗୁଚ୍ଛା ସ୍ୱାଗତ ଜଣାଇଛି । ସନ୍ଧ୍ୟା ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଡେପୁଟି କଲକ୍ଟର ଭାବେ କାର୍ଯ୍ୟ କରୁଥିଲେ ।ଏହି ସ୍ୱାଗତ ସମ୍ବର୍ଦ୍ଧନା ରେ ଡାବୁଗାଁ ସାମ୍ବାଦିକ ସଙ୍ଘ ର ସଭାପତି ପ୍ରଜ୍ଞ୍ୟା ରଞ୍ଜନ ପରିଡା , ଉପ ସଭାପତି ସଂଜୀବ ଜନୀ , ସମ୍ପାଦକ ମିହିର ଶଙ୍କର ପତ୍ର , ସହ ସମ୍ପାଦକ ଗଗନ ଗନ୍ତୟତ , କୋଷଧକ୍ଷ ସୁଶାନ୍ତ କୁମାର ପଣ୍ଡା ଓ ବରିଷ୍ଠ ସାମ୍ବାଦିକ ରବି ନାରାୟଣ ମହାନ୍ତି ଓ ସଭ୍ୟ ପଦ୍ମସାଇ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ ।
Comments
Loading...