ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ

କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର – ନବରଙ୍ଗପୁର ସ୍ଥିତ ମିଶନଶକ୍ତି ସଭାଗୃହ ଠାରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଆଜି ଜିଲାସ୍ତରୀୟ ମାସିକ ରାଜସ୍ବ ବୈଠକ ଅନୁଷ୍ଠିତ ହୋଇଯାଇଛି |
ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଅଧ୍ୟକ୍ଷତା ରେ ଆୟୋଜିତ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ରେ ଅତିରିକ୍ତ ଜିଲ୍ଲାପାଳ ନିମାଇ ଚରଣ ସୁତାର, ଉପ ଜିଲ୍ଲାପାଳ, ଭାସ୍କର ରୋଇତ , ଡେପୁଟି ଜିଲ୍ଲାପାଳ, ମୌସୁମୀ ନାୟକ ସମେତ ନବରଙ୍ଗପୁର ଜିଲ୍ଲାର ୧୦ ଗୋଟି ତହସିଲର ତହସିଲଦାର ଏବଂ ଅନ୍ୟାନ୍ୟ କର୍ମୀ ଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିବା ସହ ଆସନ୍ତା ୨୦୨୦/୨୧ ଫେବୃଆରୀ ଠାରୁ ମାର୍ଚ୍ଚ ମାସ ସୁଦ୍ଧା ଶତପ୍ରତିଶତ ରାଜସ୍ବ ଆଦାୟ କରିବା ପାଇଁ ଜିଲ୍ଲାପାଳ ତହସିଲଦାର ମାନଙ୍କୁ ନିର୍ଦେଶ ଦେବାସହ ସମସ୍ତ ସୌରାତ ମାମଲା ଗୁଡିକର ଶୀଘ୍ର ଫଇସଲା କରି ରାଜସ୍ବ ଆଦାୟ କରିବାକୁ କହିଥିଲେ । online e-pauti ମାଧ୍ୟମରେ ସତ ପ୍ରତିଶତ ରାଜସ୍ୱ ଆଦାୟ କରିବା ପାଇଁ ତହସିଲଦାର ମାନଙ୍କୁ ପରାମର୍ଶ ଦେଇଥିଲେ ।
Comments
Loading...