ସମ୍ମାନୀତ ହେଲେ ଯୁବ ସାମ୍ୱାଦିକ ରୂପେନ୍ଦ୍ର ସୁନାନୀ

କୋକସରା(କୋଶଲ ନ୍ୟୁଜ୍):-ସମ୍ମାନୀତ ହେଲେ କୋକସରା ବ୍ଲକ୍ କଳିଙ୍ଗ 24ନିଉଜ୍ ସାମ୍ୱାଦିକ ରୂପେନ୍ଦ୍ର ସୁନାନୀ।ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ନୃସିଂହନାଥ ପୀଠରେ କଳିଙ୍ଗ 24ନିୟୁଜ ଓ ଓଡିଶା କର୍ମଜିବି ସାମ୍ବାଦିକ ସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥି ଭାବେ ଓଡିଶା କର୍ମଜିବି ସାମ୍ୱାଦିକ ସଙ୍ଘର ରାଜ୍ୟ ଉପସଭାପତି ପରମାନନ୍ଦ ମିଶ୍ର, କଳିଙ୍ଗ24ନିୟୁଜର ନିର୍ଦେଶକ ଦୁର୍ଯୋଧନ ବେହେରା ଯୋଗଦାନ କରିଥିଲେ l ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ଓଡିଶା ର ବିଭିନ୍ନ ଜିଲ୍ଲାରୁ ସାମ୍ବାଦିକ, ସାମ୍ବାଦିକା ମାନେ ଯୋଗଦାନ କରିଥିଲେ l ସମାଜରେ ବିଭିନ୍ନ କ୍ଷେତ୍ରରେ ସୁନାମ କରିଥିବା ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l
କଳାହାଣ୍ଡି ଜିଲ୍ଲା,କୋକସରା ବ୍ଲକ କଳିଙ୍ଗ 24 ନିଉଜ ପ୍ରତିନିଧି ରୁପେନ୍ଦ୍ର ସୁନାନୀଙ୍କୁ ମଧ୍ଯ ସାମ୍ବାଦିକତା କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ମାନପତ୍ର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା।

Comments
Loading...