ତିଥି ଓ ପର୍ବ-ଦିବସ: ସୋମବାର ପୌଷ କୃଷ୍ଣ ତ୍ରୟୋଦଶୀ ଦିବା ୦୨:୩୨:୫୧ ଗତେ ଚତୁର୍ଦ୍ଦଶୀ ତିଥି। ବିଛାଚନ୍ଦ୍ର ଦିବା ୦୯:୦୯ ଗତେ ଧନୁଚନ୍ଦ୍ର। ଜ୍ୟେଷ୍ଠା ଦିବା ୦୯:୦୯:୦୦ ଗତେ ମୂଳା ନକ୍ଷତ୍ର। ଶିବ ଚତୁର୍ଦ୍ଦଶୀ ଓ ବେଢ଼ା ପରିକ୍ରମା। ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ତିରୋଧାନ ଦିବସ (ତା୧୧-୦୧-୧୯୬୬)। ସଡ଼କ ସୁରକ୍ଷା ସପ୍ତାହ (ଜାନୁଆରି ୧୧ରୁ୧୭) ଆରମ୍ଭ। ତ୍ରୟୋଦଶୀ ତିଥିରେ ବାଇଗଣ ଏବଂ ଦିବା ୦୨:୩୨:୫୧ ଗତେ ଚତୁର୍ଦ୍ଦଶୀ ତିଥିରେ ବିରି ଓ ତୈଳ ଭକ୍ଷଣ ନିଷେଧ।
|
ମେଷ |
ବୃଷ |
ସୁଖସମ୍ପଦ ଲାଭ ହେବ। ପରିବାରରେ ବା ବନ୍ଧୁମେଳରେ ସୁଖାଦ୍ୟ ଭୋଜନର ସମ୍ଭାବନା ରହିଛି। ଯାନବାହନରେ ସୁଖ ପାଇବେ। ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ନିଜର କୃତିତ୍ୱ ପାଇଁ ସମ୍ମାନିତ ହେବେ। ଦିବା ୦୯:୦୯ ଗତେ ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ଇଷ୍ଟ ମନନଶୀଳ ହୋଇ ଚଳନ୍ତୁ। କୌଣସି ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ।
ମିଥୁନ |
କର୍କଟ |
ସିଂହ |
କନ୍ୟା |
ତୁଳା |
ବିଛା |
ଧନୁ |
ମକର |
କୁମ୍ଭ |
ମୀନ |
[ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।]