ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ରାୟଗଡା ଶାଖାର ନୂତନ ବର୍ଷ ବନ୍ଧୁମିଳନ ଉତ୍ସବ

ରାୟଗଡା(କୋଶଲ ନ୍ୟୁଜ୍):-ଓଡିଶା ଜିଜିଟାଲ ମିଡ଼ିଆ ମହାସଂଘ ରାୟଗଡା ଶାଖା ଆନୁକୂଲ୍ୟରେ ଚଳିତ ନୂତନ ବର୍ଷ ଉପଲକ୍ଷେ ସମଗ୍ର ଜିଲ୍ଲାର ୧୧ ଟି ବ୍ଲକ ର ପାଖାପାଖି ୬୦ ଜଣ ଡିଜିଟାଲ ୱେବ ସାମ୍ବାଦିକଙ୍କ ଏକତ୍ରିତ କ୍ରମେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ ହୋଇ ଯାଇଛି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମଟି ରାୟଗଡା ବ୍ଲକର ଗୁମ୍ମା ଗ୍ରାମପଞ୍ଚାୟତର ଭଟାଖାଲ ଠାରେ ଆୟୋଜନ ଜରାଯାଇଥିଲା। ଏହା ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ରାୟଗଡା ଶାଖାର ବନ୍ଧୁମିଳନ ଉତ୍ସବ ରୂପେ ପାଳନ କରାଯାଇଥିଲା। ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ରାୟଗଡା ଜିଲ୍ଲାରୁ ରାୟଗଡା ବ୍ଲକ, କାଶୀପୁର , କଲ୍ୟାଣ ସିଂ ପୁର, କଲନରା, ଥେରୁବାଲି, ବିଷମ କଟକ, ପଦ୍ମପୁର, ଗୁଡାରି, ଚନ୍ଦ୍ରପୁର,ରାମନାଗୁଡ଼ା ଓ ଗୁଣୁପୁର ଭଳି ୧୧ ଟି ବ୍ଲକରୁ ସାମ୍ବାଦିକ ଭାଇମାନେ ଉପସ୍ଥିତ ରହି ଆଡମ୍ବରରେ ପାଳନ କରିଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ରାୟଗଡା ବିଧାୟକ ଶ୍ରୀ ମକୋରନ୍ଦ ମୁଦୁଲିଙ୍କୁ ସଂଘ ପକ୍ଷରୁ ମୁଖ୍ୟ ଅତିଥିଭାବେ ଆମନ୍ତ୍ରଣ କରାଯାଇଥିଲା। ଶ୍ରୀ ମୁଦୁଲିଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ଶୋଭା ବଢ଼ି ଥିବା ବେଳେ ବରିଷ୍ଠ ସାମ୍ବାଦିକ ସୁବ୍ରତ ଚୌଧୁରୀ ଉପସ୍ଥିତ ରହି ଥିଲେ । ଏହି ପରିପେକ୍ଷୀରେ ବିଧାୟକ ଶ୍ରୀ ମକୋରନ୍ଦ ମୁଦୁଲି ଉପସ୍ଥିତ ଜିଲ୍ଲାର ସମସ୍ତ ଡିଜିଟାଲ ମିଡ଼ିଆ ସାମ୍ବାଦିକଙ୍କୁ ଉତ୍ସାହହୀତ କରି ଅନେକ ପ୍ରେରଣାଦାୟକ ଅଭିଭାଷଣ ଓ ଉପଦେଶ ଦେଇଥିଲେ ଏବଂ ସମାଜ ଗଠନ ପାଇଁ ଭଲ କାମ କର, ଦେଶର ଓ ଗରିବ ଲୋକଙ୍କ ସ୍ୱର୍ ଉତ୍ତୋଳନ କରିବା ପାଇଁ ଆଗେଇ ଆସନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ । ଉପସ୍ଥିତ ସାମ୍ବାଦିକ ମାନେ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ସାମ୍ବାଦିକଙ୍କ କଲ୍ୟାଣ ବିଷୟରେ ଆଲୋଚନା କରିଥିଲେ। ଏବଂ ଶାନ୍ତି ଶୃଙ୍ଖଳାରେ ବନ୍ଧୁ ମିଳନ ସଭା ସମାପନ କରାଯାଇଥିଲା।

ରିପୋର୍ଟ:-ତେଜସ୍ୱିନୀ ଭତା

Comments
Loading...