ବିଜେଡି ଯୁବ-ଛାତ୍ର ନେତାମାନଙ୍କ ଦ୍ଵାରା ୭୦ବର୍ଷୀୟ ବୃଦ୍ଧ ଙ୍କୁ ଉଦ୍ଧାର

କୋଶଲ ନ୍ୟୁଜ୍ ବ୍ୟୁରୋ : ଭବାନୀପାଟଣା ସହରର ନକଟିଗୁଡା ଛକ ରାଜପଥ କଡରେ ଦିର୍ଘ ୭ ମାସ ଧରି ଏକା ରହୁଥିବା ୭୦ବର୍ଷୀୟ ଲକ୍ଷ୍ମଣ ନାଏକ ଙ୍କୁ ଆଜି ବିଜେଡି ଯୁବ-ଛାତ୍ର ନେତାମାନେ ଉଦ୍ଧାର କରିବା ସହ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସୂଚନାଯୋଗ୍ୟ ଯେ ଗତକିଛି ମାସ ତଳେ ସେ ପଡିଯିବାରୁ ତାଙ୍କ ଅଣ୍ଟା ରେ ଗଭୀର ଆଘାତ ହେବାସହ ଅଣ୍ଟା ଭାଙ୍ଗିଯାଇଛି । ସେ ନିଜେ ଛିଡା ହେବାପାଇଁ ମଧ୍ୟ ସକ୍ଷମ ନ ଥିବାରୁ ଆଜି ପୂର୍ବତନ ନଗରପାଳ ତଥା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବିଜେଡି ଉପ ସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ରବି ପଟ୍ଟନାୟକ ତାଙ୍କୁ ରାସ୍ତା କଡରୁ ଉଦ୍ଧାର କରିବା ସହ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଅସ୍ଥିଶଲ୍ୟ ବିଭାଗ ରେ ଭର୍ତ୍ତି କରିଛନ୍ତି । ତାଙ୍କର ଉନ୍ନତ ମାନର ଚିକିତ୍ସା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ତାଙ୍କୁ ଶିଘ୍ର ବୁର୍ଲା ମେଡିକାଲ କୁ ପଠାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଯୁବ-ଛାତ୍ର ନେତାମାନେ କହିଛନ୍ତି ।
Comments
Loading...