ଡ଼ାବୁଗାଁରେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ପତ୍ର ବଣ୍ଟନ

ନବରଙ୍ଗପୁର:-ଡାବୁଗାଁ ବ୍ଲକରେ ଆଜି ଅଯୋଧ୍ୟାରୁ ଆସିଥିବା ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି। ଡାବୁଗାଁର ରାଧାକୃଷ୍ଟ ମନ୍ଦିରରୁ ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ପତ୍ର ସହ ରାମ ଭକ୍ତ ମାନେ ବାହାରିବା ପରେ ପ୍ରଥମେ ଜୟନ୍ତୀନଗର ଗ୍ରାମରେ ବଣ୍ଟନ କରିଥିଲେ । ଗ୍ରାମବାସୀ ମାନେ ସମସ୍ତଙ୍କ ଗୃହ ସମ୍ମୁଖରେ କୁମ୍ଭ କଳସ ସ୍ଥାପନ କରି ଓ ଘଣ୍ଟଶଙ୍ଖ ମାଧ୍ୟମରେ ଅକ୍ଷତ ଚାଉଳକୁ ସ୍ଵାଗତ କରିଥିଲେ। ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଆସିଥିବା ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ପତ୍ରକୁ ପ୍ରତ୍ୟେକ ଘରେ ପହଞ୍ଚାଇବା ପାଇଁ ହିନ୍ଦୁ ଭାଇ ମାନେ ସହଯୋଗ କରିଥିଲେ।

ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...