ସୋନପୁର ରେ ବୟନ ବାର୍ତ୍ତା ଉନ୍ମୋଚିତ

କୋଶଲ ନ୍ୟୁଜ୍ ବ୍ୟୁରୋ : ଶନିବାର ” ଓଡ଼ିଶା ବୁଣାକାର ମହାସଂଘ ” ର ମୁଖ ପତ୍ର “ବୟନ ବାର୍ତ୍ତା” ଦ୍ଵିତୀୟ ସଂସ୍କରଣ ଉନ୍ମୋଚନ ହୋଇଯାଇଛି।

ସୁବର୍ଣ୍ଣପୁର ଜିଲ୍ଲାର ସହର ଉପକଣ୍ଠ ଡୁଙ୍ଗୁରିତଳ ଲୋକନାଥ ମହାଦେବ ମନ୍ଦିର ପ୍ରାଙ୍ଗଣ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କହଁର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ବୁଣାକାର ମାନଙ୍କ ସ୍ୱରକୁ ଏହି ପତ୍ରିକା ମାଧ୍ୟମରେ ଉପସ୍ଥାପନ କରାଯାଇ ପାରିବ ଏବଂ ତାଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇବାରେ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ।
ଅବହେଳିତ ବୁଣାକାର ମାନଙ୍କ ସ୍ଵରକୁ, ଏହି ପତ୍ରିକା ମାଧ୍ୟମରେ ସରକାରୀ/ବେସରକାରୀ ସ୍ତରରେ, ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି,
ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀଧର ବେହେରା ମତପ୍ରକାଶ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଲେଖକ ଘନଶ୍ୟାମ ମେହେର ଜାତୀୟ ପୁରସ୍କାର ପ୍ରାପ୍ତ ବାନ୍ଧ ଶିଳ୍ପୀ ପ୍ରହଲ୍ଲାଦ ମେହେର,ସୁକାନ୍ତି ମେହେର, ଭରତ ମେହେର,ପ୍ରମୁଖ ଯୋଗ ଦେଇ ଏହି ପତ୍ରିକା ବୁଣାକାର ମାନଙ୍କ ସୁଖ ଦୁଃଖର ସାଥି ହେବ ବୋଲି ମତ ପ୍ରକାଶ କରିଥିଲେ।
ଏହି ଅବସରରେ ଅବହେଳିତ ବୁଣାକାର ମାନଙ୍କ ୭ ଦଫା ଦାବି ରଖାଯାଇଥିଲା।
 ବୟସ୍କ ବୁଣାକାର ମାନଙ୍କୁ ମାସିକ ୩ ହଜାର ଭତ୍ତା ପ୍ରଦାନ,
ପ୍ରଧାନମନ୍ତ୍ରୀ ବୀମା ଯୋଜନା ପ୍ରଚଳନ,
ବୁଣାକାର ମାନଙ୍କ ବିଦ୍ୟୁତ୍ ଶୁଳ୍କ ସଂପୂର୍ଣ୍ଣ ଛାଡ,ଓଡ଼ିଶାର ସର୍ବ ବୃହତ ହସ୍ତତନ୍ତ ବଜାରକୁ ଶୀଘ୍ର ସଂପୂର୍ଣ୍ଣ କରି ବୁଣାକାର ମାନଙ୍କୁ ହସ୍ତାନ୍ତର କରିବା,ଓଡ଼ିଶାର ସମସ୍ତ ସୂତାକଳ ଚାଲୁ କରିବା ପାଇଁ ବ୍ୟବସ୍ଥା କରିବା,ପ୍ରାଥମିକ ତନ୍ତୁବାୟ ସମିତି କୁ ଆର୍ଥିକ ସହାୟତା ଆଦି ଦାବି ସରକାର ଶୀଘ୍ର ପୂରଣ କରିବାକୁ ମହାସଂଘ ର ସାଧାରଣ ସମ୍ପାଦକ ବିଜୟ ମେହେର ସରକାରଙ୍କୁ ଅନୁରୋଧ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ର ବିଭିନ୍ନ ଜିଲ୍ଲାରୁ ବୁଣାକାର ଯୋଗଦାନ କରିଥିଲେ, ଖୋର୍ଦ୍ଧା,ଯାଜପୁର,କଟକ,ବରଗଡ଼, ବଲାଙ୍ଗୀର,ସୁବର୍ଣ୍ଣପୁର,ବୌଦ୍ଧ, ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳର ବୁଣାକାର ଯୋଗଦାନ କରିଥିଲେ।କାର୍ଯ୍ୟକ୍ରମ ରେ ଦୁଃଖିଶ୍ୟାମ ମେହେର, ସହଦେବ ମେହେର, ବବୃବାହାନ ମେହେର ସାହାଯ୍ୟ ସହଯୋଗ କରିଥିଲେ।
Comments
Loading...