ନେତାଜୀ ସୁବାଷ ବୋଷଙ୍କ ୧୨୭ ତ୍ତମ ଜନ୍ମ ଜୟନ୍ତୀ ଅନୁଷ୍ଠିତ

ତୁମୁଡିବନ୍ଧ(କୋଶଲ ନ୍ୟୁଜ):- ଦକ୍ଷିଣ ଓଡିଶାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁବାଷ ବୋଷ +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ ଆଜି ମଙ୍ଗଳବାର ଦିନ ନେତାଜୀଙ୍କ ୧୨୭ ତ୍ତମ ଜନ୍ମ ଜୟନ୍ତୀ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସହସ୍ରାଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଅତିଥିଗଣ ପ୍ରଥମେ କଲେଜ ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ପୂର୍ବତନ ବିଧାୟକ ରାଜୀବ ପାତ୍ର, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝୀ, ଜିଲ୍ଲାପରିଷଦ ସଭ୍ୟ ନବୀନ ପାତ୍ର, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନ, କନ୍ଧମାଳ ଜିଲ୍ଲା ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ନେତ୍ର ମାନସେଠ୍, ସ୍ଥାନୀୟ ନେତାଜୀ ସୁବାଷ ବୋଷ ଡିଗ୍ରୀ କଲେଜ ସଭାପତି ପାଉଲ ମଣ୍ଡଳ, କମିଟି ସଦସ୍ୟ ଲକ୍ଷ୍ମୀଧର ସାହୁ ଓ ବିଦ୍ୟାଳୟ ପାଇଁ ଭୂମୀ ଦାତା ପରମା ବେହେରଦଳାଇ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁନୀଲ କୁମାର ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମର ଅତିଥି ଭାବେ ମଞ୍ଚାସିନ ଥିଲେ l ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ସୁନୀଲ କୁମାର ପାତ୍ର ସଭାର ସଭାପତିତ୍ୱ କରିଥିଲେ l ନେତାଜୀଙ୍କ ବୀରତ୍ୱର ଗାଥା, ଜୀବନୀ ଓ ସ୍ୱାଧୀନ ଭାରତ ପାଇଁ ନେତାଜୀଙ୍କ ଅବଦାନ ତଥା ଆଜିର ଯୁବ ସମାଜକୁ ନେତାଜୀଙ୍କ ଆହ୍ୱାନ ଇତ୍ୟାଦି ଉପରେ ଅତିଥିଗଣଙ୍କ ଅଭିଭାଷଣ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଜାଗରଣ ସୃଷ୍ଟି କରିଥିଲା l ଛାତ୍ରଛାତ୍ରୀ ମଧ୍ୟ ମଧୁର ସଂଗୀତ ଓ ଆକର୍ଷଣୀୟ ନୃତ୍ୟ ପରିବେଷଣ କରି ଜନ୍ମ ଜୟନ୍ତୀ ଉତ୍ସବ ପାଳନ କରିଥିଲେ l ଏହି ଅବସରରେ ବିଦ୍ୟାଳୟ ପରିସର ସମ୍ପୂର୍ଣ ଉତ୍ସବ ମୁଖର ରହିଥିଲା l

ରିପୋର୍ଟ – ପବିତ୍ର ଦିଗାଳ

Comments
Loading...