ଘରେ ପଶି ଦୁର୍ବୁତ୍ତଙ୍କ ଆକ୍ରମଣଦୁଇ ଆହତ, ଆସବାପତ୍ର ନଷ୍ଟ କରି ଘରେ ନିଆଁ ଲଗାଇଲେ ଦୁର୍ବୁତ୍ତ

କୋଇଡା : ସାମାନ୍ୟ ବଚଷାକୁ ନେଇ ଦୁର୍ବୁତ୍ତଙ୍କ ଉନ୍ମତ କାଣ୍ଡ । ପ୍ରଥମେ ଘର ଭିତରକୁ ପଶି ମୁଣ୍ଡ ଫଟାଇ ଦୁଇଜଣଙ୍କୁ ଗୁରୁତର କଲେ ସେତିକିରେ ମନ ବୁଝିଲାନି ଯେ ଘରର ସମସ୍ତ ଅସବାପତ୍ର ନଷ୍ଟ କରି ନିଆଁ ଲଗାଇଲେ ଦୁର୍ବୁତ୍ତ । ଏପରି ଏକ ଘଟଣା ଘଟିଛି କୋଇଡା ଥାନା ଅନ୍ତର୍ଗତ ସଗଡ଼ଭଙ୍ଗା ଗାଁ ରେ । ଗଲା କାଲି ସନ୍ଧ୍ୟାରେ ଶଗଡ଼ଭଙ୍ଗା ଗ୍ରାମର ତ୍ରିଲୋଚନ ବେହେରା ଏବଂ ତାଙ୍କର ସାଥି ଘରକୁ ଫେରୁଥିବା ବେଳେ ରାସ୍ତା କଡରେ ମଦ୍ୟପାନ କରୁଥିବା କିଛି ଯୁବକଙ୍କ ସହିତ ବଚସା ହୋଇଥିଲା ଯାହାକୁ ନେଇ ଉଭୟଙ୍କ ଭିତରେ ସମାଧାନ ମଧ୍ୟ ହୋଇଥିଲା । ପରେ ତ୍ରିଲୋଚନଙ୍କ ଘର ନିକଟକୁ ଆସି ଘରର ଆଜବେଷ୍ଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରି ଉଭୟଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଥାନାରେ ଅଭିଯୋଗ ପରେ ତିନି ଯୁବକକୁ ପୋଲିସ ଗିରଫ କରି ଆସନ୍ତା କାଲି କୋର୍ଟ ଚାଲାଣ କରାଯିବା ନେଇ ସୁଚନା।

Comments
Loading...