ବଳଦିଆମାଲ ଗ୍ରାମରୁ ୧.୮୨କୁଇଣ୍ଟାଲ ଗଂଜେଇ ଜବତ

କୋଶଲ ନ୍ୟୁଜ୍ ବ୍ୟୁରୋ : ଜୁନାଗଡ଼ -କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଲଦିଆମାଲ ଗ୍ରାମରୁ ସୋମବାର ସନ୍ଧ୍ୟାରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୧କୁଇଣ୍ଟାଲ ୮୨କେଜି ଗଞ୍ଜେଇ ଜବତ କରାଯାଇଛି।ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ଜୁନାଗଡ଼ ବ୍ଲକ ବଳଦିଆମାଲ ଗ୍ରାମର ଗଜାନନ ମେହେରଙ୍କ ଘରେ ବିପୁଳ ପରିମାଣର ଗଞ୍ଜେଇ ମହଜୁଦ ଥିବା ଜିଲା ଅବକାରୀ ବିଭାଗ କୌଣସି ସୁତରୁ ସୂଚନା ପାଇ ସୋମବାର ଅପରାହ୍ନରେ ଚଢ଼ାଉ କରିଥିଲେ।ଏହି ସମୟରେ ଗଜାନନଙ୍କ ଘରୁ ୧.୮୨ କୁଇଣ୍ଟାଲ ଗଞ୍ଜେଇ ସହ ଗୋଟିଏ ଜେକ ମେସିନ,ଓଜନ ମେସିନ,ପ୍ରେସ ଟେବୁଲ ଆଦି ଜବତ କରାଯାଇଥିଲା। ଘଟଣା ସ୍ଥଳରୁ ଅଭିଯୁକ୍ତକୁ ଗିରଫ କରି ଜୁନାଗଡ଼ ଅବକାରୀ କାର୍ଯ୍ୟାଳୟରେ ଅଟକ ରଖାଯାଇଛି। ଜିଲା ଅବକାରୀ ଅଧିକ୍ଷକ ଡମ୍ବରୁ ଧର ଖଣ୍ଡାଙ୍କ ନିର୍ଦ୍ହେଶ୍ୱ କ୍ରମେ ଉପ ଅବକାରୀ ଅଧିକ୍ଷକ ଉମା ଶଙ୍କର ପ୍ରଧାନ,ଧର୍ମଗଡ଼ ଉପଖଣ୍ଡ ଅବକାରୀ ନିରୀକ୍ଷକ ଲଳିତ ମୋହନ ମିଶ୍ର, ଭବାନୀପାଟଣା ସଦର ରେଞ୍ଜ ଅବକାରୀ ନିରୀକ୍ଷକ ସଙ୍ଘମିତ୍ରା ପ୍ରଧାନ, ଅବକାରୀ ଜିଲା ଭ୍ରାମ୍ୟମାନ ଗୋଷ୍ଟି ଉପ ନିରୀକ୍ଷକ ଦିଲୀପ କୁମାର ରଥ,ଜୁନାଗଡ଼ ଅବକାରୀ ଉପନିରୀକ୍ଷକ ହୀରାବତୀ ଥାଟି,ଧର୍ମଗଡ଼ ଉପ ନିରୀକ୍ଷକ ସତ୍ୟନାରାୟନ ଦାସ,ଏଏସଆଇ ଅଶୋକ କୁମାର ସାହୁ,ସଚଳା ପାଢ଼ୀ, ବାନି ସୁନା,ବସନ୍ତ ବିଶି ପ୍ରମୁଖ ଉପସ୍ଥିତ ଥିଲେ।
Comments
Loading...