୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବ , ନିର୍ମଳା ସିତରମନ୍

ନୂଆଦିଲ୍ଲୀ: ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଚଳିତ ବଜେଟରେ ଫୋକସରେ ରହିଛନ୍ତି ଗରିବ, ଯୁବବର୍ଗ, ମହିଳା ଏବଂ ଅନ୍ନଦାତା। ଗତ ୧୦ ବର୍ଷରେ ଅର୍ଥ ବ୍ୟବସ୍ଥାରେ ବିକାଶ ଘଟିଥିବା ଅର୍ଥମନ୍ତ୍ରୀ କହିଛନ୍ତି। ୨୫କୋଟି ଲୋକ ଗରିବ କ୍ଷେତ୍ରରୁ ଉପରକୁ ଉଠିଛନ୍ତି। ଦେଶର ଯୁବଗୋଷ୍ଠୀ ସଶକ୍ତ ହୋଇଛନ୍ତି। ଷ୍ଟାର୍ଟ ଅପ୍‍ ଇଣ୍ଡିଆରୁ ଯୁବଗୋଷ୍ଠୀ ଲାଭ ପାଇଛନ୍ତି। ବର୍ତ୍ତମାନ ଚାକିରି ନଖୋଜି ଚାକିରି ଦେଉଛନ୍ତି ଯୁବଗୋଷ୍ଠୀ। ଘର, ପାଣି ଓ ବିଜୁଳି ଲୋକଙ୍କୁ ଯୋଗାଇ ଦିଆଯାଉଛି। ୭୦ ପ୍ରତିଶତ ମହିଳାଙ୍କ ନାମରେ ଘର ତିଆରି ହୋଇଛି। ଖାଦ୍ୟ ସଙ୍କଟ ଦୂର ହୋଇଛି। ରାଷ୍ଟ୍ରୀୟ ଶିକ୍ଷାନୀତିରେ ଅନେକ ପରିବର୍ତ୍ତନ ଆସିଛି। ଭିତ୍ତିଭୂମିର ଦ୍ରୁତଗତିରେ ବିକାଶ ହୋଇଛି। ସବକା ସାଥ୍‍ ସବକା ବିକାଶ କ୍ଷେତ୍ରରେ କାମ କରୁଛନ୍ତି ସରକାର। ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବ ବୋଲି ନିର୍ମଳା ସୀତାରମଣ କହିଛନ୍ତି।

Comments
Loading...