ହିଞ୍ଜିଲିବାହିଲି ସ୍କୁଲ ରାଜ୍ୟ ସ୍ତରରେ ପୁରସ୍କୃତ ଅଭିଭାବକ ମହଲରେ ଆନନ୍ଦ

ଜୁନାଗଡ଼,(କୋଶଲ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ହିଞ୍ଜିଳିବାହାଲି ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇ ପୁରସ୍କୃତ ହୋଇ ଥିବାରୁ ଅଭିଭାବକ ମହଲରେ ଆନନ୍ଦ ପରିଲକ୍ଷିତ ହୋଇଛି।5t ଓ ମୋ ସ୍କୁଲ ଅଭିଯାନ ତରଫରୁ ଓଡ଼ିଶା ସରକାରଙ୍କ ଦ୍ଵାରା ଶିକ୍ଷା କ୍ଷେତ୍ରରେ ଉଲ୍ଲଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଭୁବନେଶ୍ୱର ଷ୍ଟିତ କଳିଙ୍ଗ ଷ୍ଟାଡିୟମରେ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପ୍ରଦାନ କରାଯାଇଛି।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ରାଜ୍ୟ ସ୍ତରୀୟ ବରିଷ୍ଟ ଅଧିକାରୀ ଏହି ପୁରସ୍କାର ପ୍ରଦାନ କରିଥିଲେ।5t ଅଧକ୍ଷ ଭିକେ ପାଣ୍ଡିଆନ ଉଦ୍ଦେଶ୍ୟ ଜଣାଇବା ସହ ମାର୍ଗ ଦର୍ଶନ କରିଥିଲେ। ହିଞ୍ଜିଳିବାହଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବରିଷ୍ଠ ଶିକ୍ଷାବିତ୍, ଶିକ୍ଷକ ସଙ୍ଘ୍ ସଭାପତି, କ୍ରୀଡାବିତ୍ ସରୋଜ କୁମାର ପଣ୍ଡାଙ୍କ ଉଦ୍ୟମ ଯୋଗୁଁ ସଂପୃକ୍ତ ବିଦ୍ୟାଳୟ ଆଜି ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିବା ଯୋଗୁଁ ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି।

Comments
Loading...