ସରପଞ୍ଚଙ୍କ ଦୃଢ଼ ନେତୃତ୍ୱକୁ ନେଇ ଲୋକେ ଉଲ୍ଲାସିତ

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାରବାହାଲ ପଞ୍ଚାୟତ ସ୍ତରୀୟ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ସତ୍ୟଭାମା ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ କୁମାର ବେହେରା ଥିବା ବେଳେ, ସମ୍ମାନୀତ ଅତିଥି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ରଞ୍ଜନ ସାହୁ, ସମିତି ସଭ୍ୟା ରିନା ବାଗ, ଗୌଡ଼ଛେଣ୍ଡୀୟା ସରପଞ୍ଚ ଶିବ ହାତୀ, କମ୍ପ୍ୟୁଟର ପ୍ରୋଗ୍ରାମର ଜୟନ୍ତ ଯୋଶୀ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଵିନୋଦ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ସମ୍ପୂର୍ଣ କାର୍ଯ୍ୟକ୍ରମକୁ ପୂର୍ବତନ ସରପଞ୍ଚ ରାମ ନାରାୟଣ ପଣ୍ଡା ସୁଚାରୁ ରୁପେ ଦାୟିତ୍ଵ ତୁଲାଇବା ସହ ସରକାରି ଯୋଜନାର ଲାଭ କିପରି ଭାବେ ସମସ୍ତ ଜନସଧାରଣ ପାଇଁ ପାରିବେ ସେ ବିଷୟରେ ଗୁରୁତ୍ଵାରୁପ କରିଥିଲେ। କାର୍ଯ୍ୟକ୍ରମର ସୁପରିଚାଳନା ଓ ଲୋକ ମାନଙ୍କୁ ବିଭିନ୍ନ ଯୋଜନା ବିଷୟ ବୁଝାଇବା ଯୋଗୁଁ ଶ୍ରୀ ରାମ ନାରାୟଣ ପଣ୍ଡା ଲୋକଙ୍କ ମଧ୍ୟରେ ଆସ୍ଥାଭାଜନ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ଅନେକ ବିଭାଗ ତରଫରୁ ବିଭାଗୀୟ ସଚେତନତା କରାଯାଇଥିଲା।

ପଞ୍ଚାୟତ ସମେତ ଆଖ ପାଖ ପୁରୁଷ ମହିଳା ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ବିଭିନ୍ନ ପ୍ରତିଯୋଗୀତାରେ କୁତ୍ରି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଚେତନାତା କାର୍ଯ୍ୟକ୍ରମ ଓ ନାଚଗୀତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଅନେକ ବଞ୍ଚିତ ହିତାଧୀକାରୀ ବିଭିନ୍ନ ଯୋଜନା ପାଇଁ ଆବେଦନ କରିଥଲେ। ଆଜିର ଏହି କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟ ସଭ୍ୟା ଓ ସ୍ଥାନୀୟ ଯୁବ ଗୋଷ୍ଠି ସକ୍ରିୟ ସହଯୋଗ କରିଥିଲେ।

Comments
Loading...