ଡାବୁଗାଁ ସତସଙ୍ଗ ବିହାର ଠାରେ ଠାକୁର ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୬ ତମ ଜନ୍ମ ମହୋତ୍ସବ ପାଳିତ

ନବରଙ୍ଗପୁର:-ଡାବୁଗାଁ ବ୍ଲକ ସ୍ଥିତ ସତସଙ୍ଗ ବିହାର ଠାରେ ଶ୍ରୀ ଶ୍ରୀ ଠାକୁର ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୬ ତମ ଜନ୍ମ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଜନ୍ମ ମହୋତ୍ସବ ରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ରଥକୁ ସଂକୀର୍ତ୍ତନ କରାଯାଇ ବନ୍ଦେ ପୁରୁସତମ ଧାନୀରେ ନଗର ପରିକ୍ରମା କରିଥିଲେ । ଏହି ସଂକୀର୍ତ୍ତନ ରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ଶତାଧିକ ଭକ୍ତ ଯୋଗ ଦେଇଥିଲେ । ଡାବୁଗାଁ ସତସଙ୍ଗ ବିହାର ଠାରେ ସତସଙ୍ଗ ଓ ଆନନ୍ଦ ବଜାରର ଆୟୋଜନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଠାରୁ ମୁଖ୍ୟବକ୍ତା,ରିତିକ ମାନେ ଯୋଗ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ରିତିକ କମଳ କାନ୍ତ ସାହୁ, ରଞ୍ଜିତ ଘଡେଇ, ପ୍ରଫୁଲ କୁମାର ପଟ୍ଟନାୟକ,ବାବି ଜେନା,ଗିରିଧାରୀ ସାହୁ, ବିବେକ ବେହେରା ହାତ ସାର ପ୍ରମ୍ମୁଖ । ଆଜିର ଏହି ଜନ୍ମ ମହୋତ୍ସବ ରେ ୧୫୦୦ ରୁ ଉର୍ଦ୍ଧ୍ବ ଭକ୍ତ ଯୋଗ ଦେଇଥିଲେ । ଏହି ୧୩୬ ତମ ଜନ୍ମ ମହୋତ୍ସବ ରେ ପ୍ରଥମେ ମାଙ୍ଗଳିକ କାର୍ଯ୍ୟ,ଉଷା କୀର୍ତ୍ତନ, ସଂଗୀତାଞ୍ଜଳି, ନଗର ପରିକ୍ରମା, ସାଧାରଣ ସଭା ,ପ୍ରସାଦ ସେବନ ଏବଂ ସନ୍ଧ୍ୟା ବିନତି କରା ଯାଇଥିଲା । ରିପୋଟ-ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...