ଉଦ୍ଧାର ହେଲେ ତିନି କୋଣିଆ ଛକରେ ଅସହାୟ ଅବସ୍ଥାରେ ପଡି ରହିଥିବା ବୃଦ୍ଧ

କୋଶଲ ନ୍ୟୁଜ୍ ବ୍ୟୁରୋ : ରାୟଗଡା : ମୁନିଗୁଡାବ୍ଳକ ଠାରେ, ଗତ କିଛି ଦିନ ଧରି ମୁନିଗୁଡାର ତିନି କୋଣିଆ ଛକ ବା ସହୀଦ ଲକ୍ଷ୍ମଣ ନାୟକ ଛକ ନିକଟରେ ଜଣେ ବୃଦ୍ଧା ସିମେଣ୍ଟ ପିଣ୍ଡାରେ ଅସହାୟ ଅବସ୍ଥାରେ ରୋଗୀଣି ହୋଇ ଦିନ ରାତି ପଡି ରହିଥିଲେ l ଏନେଇ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦେଶକ, ଗୋଷ୍ଟୀ ଉର୍ଣ୍ଣୟନ ଅଧିକାରୀ ଓ ପଞ୍ଚାୟତ ପିଇଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା l ତେବେ ଶୁକ୍ରବାର ଦିନ ମୁନିଗୁଡାର ସରପଞ୍ଚ ଜଗା ଶବରଙ୍କ ନେତୃତ୍ୱରେ ଯୁବ ସାମ୍ବାଦିକ ତଥା ସାମାଜିକ କର୍ମୀ କ୍ଷମା ସାଗର ଦାସ, ସାମ୍ବାଦିକ ନନ୍ଦ କିଶୋର ପଟ୍ଟନାୟକ, ମନୋରଞ୍ଜନ ଦଳାଇ, ଧନୁ କୁସୁଲିଆ, କୌଶଲ ଦୁବେ, ପୋଲିସ କନଷ୍ଟେବଳ ବିରଞ୍ଚି ନାରାୟଣ ଚୌଧୁରୀ,ଗ୍ରାମରଖି ସଦାଶିବ ମିଶ୍ର, ପ୍ରଶାନ୍ତ ମହାନ୍ତି ଓ ସ୍ୱାସ୍ଥ୍ୟ ବିଭାଗର ଡ଼ା.ସନ୍ତୋଷ ସାହୁ ପ୍ରମୁଖଙ୍କ ସମେତ ଅନ୍ୟ ପୋଲିସ ଓ ଗ୍ରାମରଖି ମାନେ ଯୋଗ ଦେଇ ଅସହାୟଙ୍କୁ ଉଦ୍ଧାର କରି ସଫା ସୁତରା କରି ଓ ନୂତନ ବସ୍ତ୍ର, ଶୀତ ବସ୍ତ୍ର ପ୍ରଦାନ କରିଥିଲେ l ପରେ ସାମାଜିକକର୍ମୀ ଶ୍ରୀ ଦାସ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ସେଠାରେ ପ୍ରାଥମିକ ଚିକିତ୍ସା କରିଥିଲେ l ଅନ୍ୟପଟେ ଏହି ଅସହାୟଙ୍କୁ ଚିକିତ୍ସା କରାଯିବ ଯଦି ଅଧିକ ଚିକିତ୍ସା ଦରକାର ପଡେ ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ ବୋଲି ସ୍ୱାସ୍ଥ୍ୟ କେନ୍ଦ୍ର ସୂତ୍ରରୁ ଜଣାପଡିଛି l
ଏମାନଙ୍କର ଏପରି ମହାନତା କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସାର ପାତ୍ର ପାଇପାରିଛନ୍ତି l
ପ୍ରକାଶ ଥାଉକି ମୁନିଗୁଡାରେ ମାଳ ମାଳ ଥିବା ବେସରକାରୀ ସଂଗଠନ କିମ୍ଭା ଛତୁ ଫୁଟିଲା ଭଳି ବାହାରୁଥିବା ସମାଜସେବୀ କାହାରିକୁ ମଧ୍ୟ ଏହିପରି ଅସହାୟ ଅବସ୍ଥାରେ ପଡି ରହିଥିବା ବୃଦ୍ଧା ମାନଙ୍କୁ ନଜରରେ ଆସୁନାହାନ୍ତି l ଯାହାକୁ ନେଇ ଜନ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।
Comments
Loading...