ବନ୍ଧାଗାଁ ରେ ଭୀମଆର୍ମି ର ଆଲୋଚନା ଚକ୍ର

କୋଶଲ ନ୍ୟୁଜ୍ ବ୍ୟୁରୋ : କଲାହାଣ୍ଡି ୧୯/୧୨/କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ ଅଧିନସ୍ଥ ବନ୍ଧଗାଁ ରେ ଭୀମ ଆର୍ମି ଭାରତ ଏକତା ମିଶନ କଳାହାଣ୍ଡି ଶାଖା ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭୀମ ଆର୍ମୀ ଓଡ଼ିଶା ରାଜ୍ୟ ସଂଯୋଜକ ମନୋଜ କାଇଁକେମ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜଗଜୀବନ କୁମାର, ଢଗ ନାଏକ, ଜୁଲି ନାଏକ, ବଲାଙ୍ଗୀର ଭୀମଆର୍ମି ସଭାପତି ଚିନୁ ହରପାଳ, ସଚିକାନ୍ତ ସୁନାନୀ, ଦୁଷ୍ମନ୍ତ ମଙ୍ଗରାଜ, ଲୋଚନ ମଙ୍ଗରାଜ, ବିଶ୍ୱଜିତ ସୁନାନୀ, ଚିତ୍ରସେନ ମଙ୍ଗରାଜ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ସଭାକାର୍ଯ୍ୟଟିକୁ ଆଗେଇ ନେବା ପୂର୍ବରୁ ସର୍ବପ୍ରଥମେ ବାବାସାହେବ ଆମ୍ବେଦକର ଏବଂ ତଥାଗତ ବୁଦ୍ଧ ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।

 ଅତିଥି ମାନେ ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିବା ସହ ଅନୁସୂଚୀତ ଜାତି, ଜନଜାତି, ଓବିସି ତଥା ବହୁଜନ ସମାଜର ଲୋକେ କିପରି ଏକତ୍ରିତ ହୋଇ ଏହାର ମୁକାବିଲା କରାଯିବ ସେନେଇ ବିଶଦ ଆଲୋଚନା କରିଥିଲେ। ବୀରେନ୍ଦ୍ର ସୁନାନୀ ସ୍ୱାଗତ ଭାଷଣ ଓ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ତର୍ଯ୍ୟାମୀ ସୁନାନୀ ବୈଠକ ପରିଚାଳନା କରିଥିବା ବେଳେ ପରିଶେଷରେ ବୈବସୁତ ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରତିମା ସୁନାନୀ, ନବ କିଶୋର ନିଆଲ, ଶିବୁ ଦୁର୍ଗା, ଦୀପକ ତାଣ୍ଡି, ଚନ୍ଦ୍ରକାନ୍ତ ଦୀପ, ଯଶୋବନ୍ତ ବିହାରୀ, ଅଜିତ ଦୁର୍ଗା ନିର୍ବସ୍ୱ ଦୀପ, ମଦନ ସୁନାନୀ, ମନୋଜ କୁମାର ସୁନାନୀ ଙ୍କ ସମେତ ଶତାଧିକ ଆମ୍ବେଦକରବାଦୀ ଅଂଶଗ୍ରହଣ କରି ଆଗାମୀ ଦିନରେ ଜିଲ୍ଲାରେ ଭୀମ ଆର୍ମି ସଂଗଠନ କୁ ମଜବୁତ କରିବା ସହିତ ଲୋକଙ୍କ ସମସ୍ୟା ର ସମାଧାନ ପାଇଁ ରାଜରାସ୍ତାରେ ଓହ୍ଲାଇବ ବୋଲି ଦୃଢ଼ ଆଶା ପୋଷଣ କରିଥିଲେ।
Comments
Loading...