ଦାସିଗାଁରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

ଜୁନାଗଡ଼,(କୋଶଲ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଦାସିଗାଁ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସ୍ଥାନୀୟ ସରପଞ୍ଚ ପ୍ରୋମଦିନି ପ୍ରହରାଜ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ ଥିବାବେଳେ,ମୁଖ୍ୟ ବକ୍ତା ପ୍ରମୋଦ କୁମାର ବେହେରା, ସମ୍ମାନିୟ ଅତିଥି ଭାବେ ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ରଞ୍ଜନ ସାହୁ,ସହକାରି ଯନ୍ତ୍ରୀ ସଞ୍ଜୟ କୁମାର ମଲ୍ଲିକ | ସମ୍ପ୍ରସାରଣ ଅଧିକାରୀ ସୁଜିତ କୁମାର ଭୁୟାଁ ପ୍ରମୁଖ ମଞ୍ଚାସିନଥିଲେ । ସମିତି ସଭ୍ୟ ସୌମେନ୍ଦ୍ରମୁଣ୍ଡ, ନା ଏକ ସରପଞ୍ଚ କବିତା ପ୍ରହରାଜ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଗଜାନନ ନାଏକ, ଗ୍ରାମ ରୋଜଗାର ସେବକ ବୀରେନ୍ଦ୍ର ନାଏକ, ଯୋଗାଣ ସହାୟକ ଡବଲ କିଶୋର ନିଆଲ, ୟୁଥ ସାୟମ୍ବର ବାଗ,ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ | ମଞ୍ଚ ପରିଚାଳନା ଲିଙ୍ଗରାଜ ମିଶ୍ର,ବିଶିଷ୍ଟ ସମାଜ ସେବି ପ୍ରକାଶ ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ଅନେକ ବିଭାଗ ତରଫରୁ ବିଭାଗୀୟ ସଚେତନତା କରାଯାଇଥିଲା।

Comments
Loading...