ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନବରଙ୍ଗପୁର :-ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ଉମରକୋଟ ନିକଟ ଦର୍ଗାଗୁଡ଼ା ଠାରେ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଦିଲ୍ଲୀରୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଚକା ଫାଟି ଯିବା ଯୋଗୁଁ ଗାଡି ଭାରସାମ୍ୟ ହରାଇ ଏକ ଗାତ ଭିତରକୁ ପଶି ଯାଇଥିଲା ।ଘଟଣା ସଂପର୍କରେ ଖବର ପାଇ ଉମରକୋଟ ପୁଲିସ୍ ଓ ସ୍ଥାନୀୟ କିଛି ଲୋକ ପହଞ୍ଚି ସାଂସଦଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ।ଉମରକୋଟ ଡାକ୍ଟରଖାନାରେ ଚିକିତ୍ସା ପରେ ଘରକୁ ଫେରି ଯାଇଛନ୍ତି। ତାଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି। ତେବେ ସେ ସୁସ୍ଥ ଥ‌ିବା କହିଛନ୍ତି ସାଂସଦ ଶ୍ରୀ ମାଝୀ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...