ଡାବୁଗାଁ ରେଞ୍ଜ ଅନ୍ତର୍ଗତ ମୈଦଲପୁର ବନବିଭାଗ ନାରେ ସାଙ୍ଗାତିକି ଅଭିଯୋଗ

ନବରଙ୍ଗପୁର : ନଷ୍ଟ ହୋଉଛି ଜଙ୍ଗଳ ବନ ବିଭାଗ କୁମ କର୍ଣ୍ଣ ନିଦ୍ରାରେ ସୋଇ ଥୀବା ଅଭିଯୋଗ ହୋଇଛି ! ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ଅନ୍ତର୍ଗତ ମଇଦଲପୁର ବନବିଭାଗ ଅଧିକାରୀ ଏବଂ ବନବିଭାଗ କର୍ମଚାରୀ ଙ୍କ ମନମାନି ଏହି ଅଞ୍ଚଳରେ ଦେଖିବାକୁ ମିଳିଚି l ଜଙ୍ଗଲ ରୁ କାଠ ଜବତ ହେବା କିମ୍ବା ଅନ୍ୟ କୌଣସି କାର୍ଯ୍ୟହେଲେ ସାମ୍ବାଦିକ ମାନଙ୍କୁ ଅଣଦେଖା କରି କୌଣସି ତଥ୍ୟ ଦେଉନାହାନ୍ତି l ଜଙ୍ଗଲ କୁ କାଟି ଶହ ଶହ ଏକର ମକା, ଧାନ, ବିରି, ମାଣ୍ଡିଆ, ଚାଷ କରୁଥିବା ଏବଂ ମୂଲ୍ୟବାନ ବୃକ୍ଷ କାଟି ବିକ୍ରି କରୁଥିବା ଦୁବୁର୍ତ୍ତ ମାନଙ୍କୁ ବନବିଭାଗ ଅଙ୍କୁଶ ଲଗାଇ ପାରୁନି l ବାରମ୍ବାର ଜଙ୍ଗଲ ଗଛ କାଟୁଛନ୍ତି ବୋଲି ଖବର କାଗଜରେ ପ୍ରକାଶ ପାଇଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନନେବା ଦୁଃଖ ର ବିଷୟ ବୋଲି ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି l ସୂଚନା ଥାଉକି – ଟ୍ରାକ୍ଟରସହ କିଛି ଶୁଖିଲା କାଠ ଜବତ କରିଛନ୍ତି ବନବିଭାଗ କିନ୍ତୁ ସାମ୍ବାଦିକଙ୍କୁ କୌଣସି ଖବର ନାଇଁ ଅନ୍ୟଦିଗରୁ ସାମ୍ବାଦିକମାନେ ଖବର ପାଇଥିଲେ କିନ୍ତୁ କୌଣସି ଅଧିକ ତଥ୍ୟ ପାଇପାରିନଥିଲେ l ଜୀବନ୍ତ ମୂଲ୍ୟବାନ ଗଛକାଟି ଦୁବୁର୍ତ୍ତମାନେ ନେଇଁଯାଉଛନ୍ତି ଏପଟେ ଶୁଖିଲା ଜାଲଣି କାଠ ଟିକେ ଧରି ବାଃବାଃ ନେଉଛନ୍ତି ମୈଦଲପୁର ବନ ବିଭାଗ l ସୂଚନା ଥାଉକି ଗତ ସମବାର ରାତ୍ରର ଘଟଣା ଆଉ ଗତ 17/12/2023 ତାରିଖ ଟ୍ରାକ୍ଟର ରେ କାଠ ଜବତ କରି ଥିଲା ବନ ବିଭାଗ କାର୍ଯ୍ୟଳୟରେ ପୋଚ ପଟେ ଜବତ ଟ୍ରାକ୍ଟର ରୁ ଗଛ କୁ ତରବୋରିଆ ଭାଭେ ଟ୍ରାକ୍ଟର ରୁ ଗଛ କୁ କାର୍ଯ୍ୟଳୟରେ କାଡୁ ଥୀବା ର ଭିଡ଼ିଓ ଆଉ ଫୋଟ ମଧ୍ୟ୍ୟ ରହିଛି ! ମୈଦଲପୁର ବନ ବିଭାଗ ଏହି ଘଟଣା ବିଷୟରେ ମଧ୍ୟ୍ୟ ବନ ବିଭାଗ କୋଣସି ତଥ୍ୟ ଦେଇ ନ ଥିଲା ବନ ବିଭାଗ ଏଥିରୁ ଅନୁ ମାନ କରି ପାରୁଥିବେ ବନ ବିଭାଗ ଆଉ କାଠ ମାଫିଆ ଙ୍କ ମଧ୍ୟ୍ୟ ରେ ମଧୁଚନ୍ଦ୍ରିକା ରେ ଉଭୟ ମିଶି ମୈଦଲପୁର ଅଞ୍ଚଳର ଜଙ୍ଗଳ କୁ ନଷ୍ଟ କରିବା ପ୍ରୟାସ କରୁଥୀବା ଅଭିଯୋଗ ହୋଇଛି ! ଅନ୍ୟପଟେ ଡାବୁଗାଁ ରେଞ୍ଜର ଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥୀଲୁ କିନ୍ତୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନି ! ଏହି ଘଟଣା ପ୍ରତି ପ୍ରଶାସନ ଦୃଷ୍ଟ ଦେଇ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟନଷ୍ଟନ ଗ୍ରହଣ କରିବାକୁ ଦାବି ହୋଇଛି !ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...