ପ୍ରହସନ ପାଲଟିଛି ବେଲପଡା ବ୍ଲକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର

ପାଟଣାଗଡ ୧୨/୦୨(କୋଶଲ ନ୍ୟୁଜ୍) : ସରକାର ଜନସାଧାରଣଙ୍କୁ ହାତ ପାହାନ୍ତା ରେ ସୁଵିଧା ସୁଯୋଗ ଯୋଗାଇ ଦେଇବା ନିମନ୍ତେ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ଗ୍ରାମାଞ୍ଚଳ ରେ ଲୋକ ସେବା ଶିବିର ମାନ କରି ଆପତ୍ତି ଅଭିଯୋଗ ଗ୍ରହଣ କରି ସମସ୍ୟାର ସମାଧାନ କରିବା ର ବ୍ୟବସ୍ଥା କରିଛନ୍ତି । କିନ୍ତୁ ତାହା କାର୍ଯ୍ୟକାରୀ ନ ହୋଇ କାଗଜ କଲମ ରେ ସୀମିତ ରହି ଯାଉଥିବା ବେଳେ ଜଣାଶୁଣାଣି ପ୍ରହସନ ବୋଲି ଅଭିଯୋଗ ହେଉଛି । ସୋମବାର ଦିନ ବଲାଙ୍ଗୀର ଜିଲ୍ଲା ବେଳପଡ଼ା ବ୍ଲକ ପରିସରରେ ଜିଲ୍ଲାପାଳ ଙ୍କ ଜଣାଶୁଣାନି କାର୍ଯ୍ୟକ୍ରମ ଅବ୍ୟବସ୍ଥା ଘେରରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳ ରୁ ବହୁତ ଲୋକେ ବିଭିନ୍ନ ସମସ୍ୟା ନେଇ ଅଭିେଯାଗ କରିବା ପାଇଁ ଆସି ନିରାସ ହୋଇ ଫେରି ଯାଇଥିବା ଜଣାପଡିଛି । ଦୂରଦୂରାନ୍ତ ରୁ ଆସିଥିବା ଲୋକେ ଖାଇବା ନ ପାଇ ଭୋକ ରେ ଛଟପଟ ହୋଉଥିବା ଅଭିଯୋଗ ହେଉଛି । ଲୋକଙ୍କ ସୁବିଧା ନିମନ୍ତେ ବ୍ଲକ ରେ କରାଯାଉଥିବା ସରକାର ଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରାମ କୁ ସ୍ଥାନୀୟ ପ୍ରାସାଷଣ ବାଟବଣା କରାଯାଇ କେବଳ ଲୋକ ଦେଖାନିଆ ଢଙ୍ଗ ରେ ଜେଣ ଟେନା ପ୍ରକାରେ ସାରିଦେଇ ପ୍ରାସାଷଣ ବାହା ବାହା କୁ ଜନସାଧାରଣ ରେ ଅସନ୍ତୋଷ ଦେଖାଦେଇଛି । ଅଞ୍ଚଳ ରେ ଜିଲ୍ଲାପାଳଙ୍କ ଜଣାଶୁଣାନି ପ୍ରହସନ ବୋଲି ଚର୍ଚ୍ଚା ହେଉଛି ।

Comments
Loading...