ବିଜେପୁର ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

ଲାଞ୍ଜିଗଡ,୧୩/୦୨(କୋଶଲ ନ୍ୟୁଜ୍):ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ବିଜେପୁର ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମାଞ୍ଚଳର ଭିତିଭୂମି ବିକାଶ ଓ ରାଜ୍ୟ ସରକାରଙ୍କର ଜନହିତକର ଯୋଜନା ଉପରେ ଜଣସଚେତନତା ସୃଷ୍ଟି କରାଯାଇଥିଲା। ବିଜେପୁର ସରପଞ୍ଚ ଜନନୀ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ରାଜ୍ୟସରକାରଙ୍କର ଗ୍ରାମାଞ୍ଚଳରେ ଭିତ୍ତି ଭୂମି ବିକାଶ ଓ ରାଜ୍ୟସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନା ଉପରେ ଜନସଚେତନତା ସୃଷ୍ଟି କରିଥିଲେ। ବିଶିଷ୍ଟ ଅତିଥିଭାବେ ଜୋନ-୨ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ରମ ଯୋଗଦେଇ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନା ଉପରେ ମାର୍ଗ ଦର୍ଶନ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ କୁଟିଆକନ୍ଧ ସ୍ଵାତନ୍ତ୍ର ଅଧିକାରୀ ଶରତଚନ୍ଦ୍ର ସାହୁ, ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ସଭାପତି ନିଲେଶ କୁମାର ନାଗ, ପୂର୍ବତନ ସରପଞ୍ଚ ପୂର୍ଣ୍ଣିଚଦ୍ର ମାଝୀ, ସମିତି ସଭ୍ୟା ଭୂମିକା ମାଝୀ, ନାଏବ ସରପଞ୍ଚ ଇନ୍ଦ୍ର ମାଝୀ, ପୂର୍ବତନ ସମିତି ସଭ୍ୟ ରଞ୍ଜିତ ନାଏକ, ହରିଶଙ୍କର ପୂଝାରୀ, ପୂର୍ବତନ ନାଏବ ସରପଞ୍ଚ ଅମର ଦାସ ନାଏକ ସମାଜସେବୀ ହରିଶଙ୍କର ପାତ୍ର, କୁଟିଆକନ୍ଧ ପ୍ରକଳ୍ପ ପ୍ରବନ୍ଧକ ଲମ୍ବୋଦର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ ମଞ୍ଚପରିଚାଳନା କରିଥିଲେ। ମଞ୍ଚରେ ଉପସ୍ଥିତ ଅତିଥି ବୃନ୍ଦ ରାଜ୍ୟସରକାରଙ୍କ ଜନନୀ ସୁରକ୍ଷା ଯୋଜନାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା, ଜଗନ୍ନାଥ ସଂସ୍କୃତିକରୁ ଆରମ୍ଭ କରି କୃଷି କ୍ଷେତ୍ରର ବିକାଶ ଉପରେ ସଚେତନତା ବାର୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଗ୍ରାମ ରୋଜଗାର ସେବକ ଅରବିନ୍ଦ ମହାନ୍ତିଯୋଗାଣ ସହାୟକ ଦୁର୍ଗା ପ୍ରସାଦ ମାଝୀଙ୍କ ସମେତ ସମସ୍ତ ସିଆରପି, ଏମବିକେ, ଗାଁସାଥି ଓ ଅଞ୍ଚଳବାସୀ ସହଯୋଗ କରିଥିଲେ।

ରିପୋର୍ଟ – ମଳୟ ବେନୁଆଁ (ରାହୁଲ୍)

Comments
Loading...