ପୋଲିସର କଢ଼ାସୁରକ୍ଷା ବଳୟରେ ଶେଷ ହେଲା ଲାଖବାହାଳିରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର

ଲାଞ୍ଜିଗଡ,୧୪/୦୨(କୋଶଲ ନ୍ୟୁଜ୍):କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ଲାଖବାହାଳି ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ବ୍ଲକର ପ୍ରତ୍ୟୋକ ପଞ୍ଚାୟତରେ ଜାରି ରହିଥିବା ବେଲେ ବୁଧବାର ଲାଖବାହାଳି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିରରେ ପ୍ରଥମ ଥରପାଇଁ ପୋଲିସ ଫୋର୍ସ ମୁତୟନ ହୋଇଥିଲା ଓ କଢ଼ା ସୁରକ୍ଷା ବଳୟ ଭିତରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସରପଞ୍ଚ ପଦ୍ମିନୀ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ରାଜ୍ୟସରକାରଙ୍କର ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକାଶ ଓ ବିଭିନ୍ନ ଜନକଲ୍ୟାଣ ଯୋଜନା ଉପରେ ଜନସଚେତନତା ସୃଷ୍ଟି କରିଥିଲେ। ବିଶିଷ୍ଟ ଅତିଥିଭାବେ ଜୋନ-୨ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ଼ ତହସିଦାର ତଥା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିରଣ କୁମାର ମହାନ୍ତି ଯୋଗଦେଇ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନା ଉପରେ ମାର୍ଗ ଦର୍ଶନ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ସହକାରୀ ଯନ୍ତ୍ରୀ ସାଲକୋ ହେମ୍ରମ୍,ପୂର୍ବତନ ସରପଞ୍ଚ ରାମତୁ ମାଝୀ,ସମିତି ସଭ୍ୟା ପାର୍ବତୀ ମାଝୀ,ନାଏବ ସରପଞ୍ଚ ପତି ମାଝୀ,ପୂର୍ବତନ ସମିତି ସଭ୍ୟ ଶ୍ରୀରାମ ସାହୁ ,ବିଜେପୁର ଥାନା ଅଧିକାରୀ ରଘୁନାଥ ମାଝୀ ,ଲାଞ୍ଜିଗଡ ଥାନା ଅଧିକାରୀ ବିଜୟ ଲକ୍ଷ୍ମୀ ହିକକା,ବିଶ୍ୱନାଥପୁର ଥାନା ଅଧିକାରୀ ମମତା ହେମ୍ରମ୍,ସମାଜସେବୀ ହରିଶଙ୍କର ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ। ଗ୍ରାମରୋଜଗାର ସେବକ ଫକୀର ବେହେରା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ ମଞ୍ଚପରିଚାଳନା କରିଥିଲେ। ମଞ୍ଚରେ ସମସ୍ତ ଉପସ୍ଥିତ ଅତିଥି ବୃନ୍ଦ ରାଜ୍ୟସରକାରଙ୍କ ଜନନୀ ସୁରକ୍ଷା ଯୋଜନାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା, ଜଗନ୍ନାଥ ସଂସ୍କୃତିକରୁ ଆରମ୍ଭ କରି କୃଷି କ୍ଷେତ୍ରର ବିକାଶ ଉପରେ ସଚେତନତା ବାର୍ତା ପ୍ରଦାନ କରିଥିଲେ। ସମସ୍ତ ସିଆରପି, ଏମବିକେ, ଗାଁସାଥି ଓ ଅଞ୍ଚଳବାସୀ ସହଯୋଗ କରିଥିଲେ।

ରିପୋର୍ଟ – ମଳୟ ବେନୁଆଁ, (ରାହୁଲ୍)

Comments
Loading...