ନେହେରୁ ଯୁବ କ୍ଲବ୍ ଅଭିଯାନ ଉଦଯାପିତ

କୋଶଲ ନ୍ୟୁଜ୍ ବ୍ୟୁରୋ : ମାଲକାନଗିରି ଜିଲ୍ଲା ବାଲିମେଳା ନଗର ଭବନଠାରେ ୟୁଥ୍ କ୍ଲବ୍ ଗଠନ ନିମନ୍ତେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ର ମାଲକାନଗିରି ଶାଖା ତରଫରୁ ପାଞ୍ଚଦିନ ବ୍ୟାପି ଗାଁ ଗାଁ ବୁଲି ଯୁବଗୋଷ୍ଠୀ ” ସବୁଜ ଗାଁ ସ୍ବଚ୍ଛ ଗାଁ ” ଅଭିଯାନ ରେ ୨୫ଟି ଗାଁ କୁ ଅନ୍ତର୍ଭୁକ୍ତ କରିଥିଲେ।

ଏହି ଉଦଯାପିତ ଉତ୍ସବରେ ନେହେରୁ ଯୁବ କେନ୍ଦ୍ର ଅଧିକାରୀ ଶ୍ରୀ ହରିଶ୍ ରୁପାଲ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ରୂପେ ଆଇନଜୀବୀ ତଥା ଯୁବ ସଙ୍ଗଠନ ର ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ଯୋଗଦାନ କରି ନେହେରୁ ଯୁବ କେନ୍ଦ୍ର ର କାର୍ଯ୍ୟ କଲାପ ବିଷୟରେ ଆଲୋଚନା କରିବା ସହିତ ୩ଟି କ୍ଲବ୍ କୁ ମାନପତ୍ର ପ୍ରଦାନ କରିଥିଲେ।
ମୁଖ୍ୟ ବକ୍ତା ମାଲକାନଗିରି ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ତଥା ଜିଲ୍ଲା ଯୁବ ରେଡକ୍ରସ୍ ର ସଂପାଦକ ତଥା ଆବାହକ ଡଃ ରଞ୍ଜନ କୁମାର ସ୍ବାଇଁ ” ଫିଟ୍ ଇଣ୍ଡିଆ ଆତ୍ମନିର୍ଭରଶୀଳ ଭାରତ ” , ” ସବୁଜ ଗାଁ ସ୍ବଚ୍ଛ ଗାଁ ” ଏବଂ ” ସାଇକେଲ ଚଲାଅ ସୁସ୍ଥ ରୁହ ” ଭଲି ନେହେରୁ ଯୁବ କେନ୍ଦ୍ର ର ସମସ୍ତ ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ନଗର ଭବନଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସାଇକେଲ ରାଲି ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ୪୦ ଜଣ ସାଇକେଲ ଆରୋହୀ ବିଭିନ୍ନ ପ୍ରକାରର ସ୍ଳୋଗାନ ଦେଇ ସହର ପରିକ୍ରମା କରିଥିଲେ। 
ଏହି କାର୍ଯ୍ୟକ୍ରମ ରେ ଜାଗୃତି ୟୁଥ୍ କ୍ଲବ୍ , ମଧୁସୂଦନ ୟୁଥ୍ କ୍ଲବ୍ ଓ ଗ୍ରାମଦେବୀ ୟୁଥ୍ କ୍ଲବ୍ କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ପୁର୍ବତନ କାଉନସିଲର ଲକ୍ଷ୍ମୀ ପଟ୍ଟନାୟକ , ଶ୍ୟାମସୁନ୍ଦର ନାଗ , କୃଷ୍ଣ ଚନ୍ଦ୍ର ସେଠୀ , ମଙ୍ଗଳା ଟାଙ୍ଗୀ , ଟୁକୁଲୁ ପ୍ରଧାନ , ଶୁଭାଶିଷ କର , ସନ୍ତୋଷ କୁମାର ପାତ୍ର ପ୍ରମୁଖ ଯୋଗ ଦାନ କରି ବିଭିନ୍ନ କାର୍ଯ ମାନ  ସଂପାଦନ କରିଥିଲେ।
ପରିଶେଷରେ ସନ୍ତୋଷ କୁମାର ପାତ୍ର ନେହେରୁ ଯୁବ କେନ୍ଦ୍ର ର କର୍ମକର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଷାଠିଏ ରୁ ଉର୍ଦ୍ଧ୍ବ ଯୁବ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
Comments
Loading...