ସାମାଜିକ କର୍ମୀ ଦୀନେଶ ପ୍ରଧାନଙ୍କ ଉଦ୍ୟମ ଯୋଗୁଁ ନ୍ୟାୟ ପାଇଲେ ମେଧାବୀ ଛାତ୍ର ଉମାକାନ୍ତ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ସନ୍ୟାସୀ କୁଣ୍ଡାମାଳ ଗ୍ରାମର ଛାତ୍ର ଉମାକାନ୍ତ ନିଆଲ । ଏହି ଛାତ୍ର 2017 ମସିହାରେ କେନ୍ଦ୍ର ସରକାର ଙ୍କ ଦ୍ଵାରା ଆୟୋଜିତ ଜାତୀୟ ଆୟ ଭିତ୍ତିକ ମେଧାବୃତ୍ତି (NMMS) ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିଲେ, କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କ ଅବହେଳା ଯୋଗୁଁ ତାର ଚାରି ବର୍ଷର 40,000 ଟଙ୍କା ଛାତ୍ର ବୃତ୍ତି ପାଇବାରୁ ବଞ୍ଚିତ ହୋଇଥିଲେ l ଛାତ୍ର ଜଣକ 2017 ମସିହା ଠାରୁ 2020, ତିନି ବର୍ଷ ମଧ୍ୟରେ ଅନେକ ଥର ଜିଲ୍ଲାପାଳ ଠାରୁ ଆରମ୍ଭ କରି ବହୁ ସରକାରୀ ଅଫିସରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସଫଳ ହେଉନଥିଲା । ଦିନେ ଖବରକାଗଜ ରେ ପ୍ରକାଶ ପାଇଲା ପରେ ସାମାଜିକ କର୍ମୀ ଦୀନେଶ ପ୍ରଧାନ ଟ୍ୱିର୍ଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଅଫିସ ଓ ଜିଲ୍ଲାପାଳ କଳାହାଣ୍ଡି ମହୋଦୟ ଙ୍କୁ ଅଭିଯୋଗ କରିଥିଲେ ।
ତେବେ ସାମାଜିକ କର୍ମୀ ଦୀନେଶ ପ୍ରଧାନ ଭାଇ ନିଆଲ ବାବୁର ସମସ୍ତ ଦସ୍ତାବିଜ ତାଙ୍କ ଠାରୁ ସଂଗ୍ରହ କରି,17 October 2020 ରେ CMO Odisha ଓ DM Kalahandi Office ଙ୍କୁ ଟ୍ୱିର୍ଟର ମାଧ୍ୟମରେ ଅଭିଯୋଗ କରିଥିଲେ ଏଵଂ DM Kalahandi office ରୁ ତାଙ୍କୁ 2 November କୁ ଉତ୍ତର ଆସିଥିଲା । ଉତ୍ତର ରେ ଲେଖାଥିଲା କି ଛାତ୍ର କୁ Red Cross କିମ୍ବା CMRF ରୁ ସାହାଯ୍ୟ କରାଯିବ ବୋଲି l ତାହା ଆଜି ସଫଳ ହୋଇଛି ଓ ଚଳିତ ମାସ ତା:-09 December 2020 ରିଖ ଛାତ୍ର ଉମାକାନ୍ତ ଙ୍କ Passbook Account ରେ ଜିଲ୍ଲାପାଳ କଳାହାଣ୍ଡି ମହୋଦୟ ଙ୍କ ସାହାଯ୍ୟ ଜରିଆରେ 20,000/- ଟଙ୍କା ଜମା ହୋଇଛି ।
ସାମାଜିକ କର୍ମୀ ଦୀନେଶ ଭାଇ ଙ୍କ ଏହି ମହତ୍ୱ କାର୍ଯ୍ୟକୁ ଦେଖି ଅଞ୍ଚଳର ଯୁବପୀଢ଼ି ଓ ବୁଦ୍ଧିଜୀବୀ ମହଲରେ ପ୍ରଶଂସା ହେଉଛି ।
Comments
Loading...