ଆଶା କର୍ମୀଚୟନ ରେ ଅନିୟମିତତା ଅଭିଯୋଗ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ବଣପାହାଡ଼ ଘେରା ଦୁର୍ଗମ ଥୁଆମୂଳ ରାମପୁର ବ୍ଲକ ଅଧିନସ୍ଥ ବିରିକୋଟ ଗ୍ରାମପଞ୍ଚାୟତ ର ବଲଙ୍ଗି ଗ୍ରାମ ଠାରେ ନୂତନ ଆଶା କର୍ମୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । 

ବିନା ନୋଟିସ ରେ ତେନ୍ତୁଳିପଡା ର ତରୁଲତା ନାଏକ ଙ୍କ ଠାରୁ ଲାଞ୍ଚ ନେଇ ଆଶା କର୍ମୀ ଭାବରେ ନିଯୁକ୍ତି କରିଥିବା ଅଭିଯୋଗ ନେଇ ଗତ ୧୫ ତାରିଖ ଦିନ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ଗ୍ରାର କିଛି ପୁରୁଷ ,ଏବଂ ମହିଳା ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ବଲଙ୍ଗି ଗ୍ରାମ ଟି ଏକ ରାଜସ୍ୱ ଗ୍ରାମ ଏହି ଗାଁ ର ଯେକୌଣସି ବୋହୂ କୁ ଆଶା କର୍ମୀ ଭାବରେ ନିଯୁକ୍ତି କରାଯାଉ ଏବଂ ତୁରନ୍ତ ତରୁଲତା ନାଏକ ଙ୍କୁ ଆଶା କର୍ମୀ ଭାବରେ ନିଯୁକ୍ତି ପାଇଥିବା ପଦବୀ କୁ ବାତିଲ କରାଯାଉ ବୋଲି ଗ୍ରାମବାସୀ ଙ୍କ ଦାବି ହେଉଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ନଦେଲେ ଆଗାମୀ ଦିନରେ କୋର୍ଟର ଆଶ୍ରୟ ନିୟାଜିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
Comments
Loading...