ବିଜେପିର ଜିଲ୍ଲାପରିଷଦ ଜୋନ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର

କୋଶଲ ନ୍ୟୁଜ୍ ବ୍ୟୁରୋ : (ରାଇଘର:-୧୪/୧୨) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ଠାରେ ବିଜେପିର ଜିଲ୍ଲା ପରିଷଦ ଜୋନ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ ରାଇଘର ବ୍ଲକରେ ଥିବା ଚାରି ଗୋଟି ଜିଲ୍ଲା ପରିଷଦ ଯୋନଥିବା ବେଳେ ଆଜି ସ୍ଥାନୀୟ ରାଇଘର ବସଷ୍ଟାଣ୍ଡ ଠାରେ ଗୋନା ଜିଲ୍ଲା ପରିଷଦ ମଣ୍ଡଳ ଏବଂ ପରିମଲ ମଣ୍ଡଳଙ୍କ ବାସଭବନରେ ରାଇଘର ମଣ୍ଡଳର ଭାଜପା ସଦସ୍ୟ ତଥା କାର୍ଯ୍ୟକାର୍ତ୍ତାଙ୍କ ନିମିତ୍ତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।

ପ୍ରଥମ ଦିବସରେ ରାଇଘର ମଣ୍ଡଳର ପ୍ରଶିକ୍ଷଣ ଶିବିରକୁ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଉଦ୍ଘାଟନ କରିଥିବା ବେଳେ ଗୋନା ମଣ୍ଡଳର ଶିବିରକୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ ଉଦ୍ଘାଟନ କରିଥିଲେ।ଏହି ପରିପ୍ରେକ୍ଷୀରେ ଉପସ୍ଥିତ ପ୍ରଶିକ୍ଷାର୍ଥୀଙ୍କୁ ଚାରି ଗୋଟି ପ୍ରମୁଖ (ବିଜେପିର ଇତିହାସ, ଆମ ବିଚାର ଆମ ପରିବାର, ବିଜେପି ଓ ଆମ ଆମ ଦାୟିତ୍ୱ, ସାମାଜିକ ଗଣମାଧ୍ୟମ ରେ ତତ୍ପରତା ପ୍ରକାଶ) ବିଷୟରେ ଉପସ୍ଥିତ ପ୍ରଶିକ୍ଷକ ମାନେ ପ୍ରଶିକ୍ଷଣ ଦେଇଥିଲେ।ଶିବିରର ଅନ୍ତିମ ଦିବସରେ ବିଜେପିର ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ନବରଙ୍ଗପୁର ଜିଲ୍ଲା ସଭାପତି ଜଗଦୀଶ ବିଶୋଇଙ୍କ ସହ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ ,ସୁରେନ୍ଦ୍ର ବିଶୋଇ,ମନଜ ମହାକୁଡ଼, ବିଦୁ୍ୟ ପାତ୍ର, ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିବା ଶତାଧିକ ପ୍ରଶିକ୍ଷାର୍ଥୀଙ୍କୁ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। 
ଏହି କାର୍ଯ୍ୟକ୍ରମରେ ରାଇଘର ବ୍ଲକ ଅଧ୍ୟକ୍ଷ ବିନୋ ଗଣ୍ଡ, ବିଧାୟକ ପ୍ରତିନିଧି ଶିବନାଥ ବାନାର୍ଜୀ, ଉପାଧ୍ୟକ୍ଷ ବିଶ୍ୱନାଥ ସିଲ, ଜିଲ୍ଲା ପରିଷଦ ସଭ୍ୟ ସୁଦର୍ଶନ ମାଝୀ, ସଭ୍ୟା , ଜଗନ୍ନାଥ ନାୟକ, ସରତ ଜେନା,ଭାଗିରଥି ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ।ଶିବିରକୁ ବିଧାୟକଙ୍କ ସହଯୋଗୀ ଶ୍ୟାମଲାଲ କଲାର,ରାଇଘର ମଣ୍ଡଳ ସଭାପତି ମନୋହାର ଦଣ୍ଡସେନା ପରିଚାଳନା କରିଥିଲେ।
Comments
Loading...