ପାନ ଦୋକାନୀଙ୍କୁ ଲକ୍ଷେ ବା ଦୁଇ ଲକ୍ଷ ନୁହେଁ 100 କୋଟିର GST ଠକେଇ ନୋଟିସ

କୋଶଲ ନ୍ୟୁଜ୍ ବ୍ୟୁରୋ  : ରାଉରକେଲା: ରାଉରକେଲାରେ ପୁଣି GST ଠକେଇ ଅଭିଯୋଗ। ଏବେ ଜଣେ ପାନ ଦୋକାନୀଙ୍କୁ GST ଠକେଇ ନେଇ ନୋଟିସ କରାଯାଇଛି । କୋଏଲନଗରର ଏଇ ପାନ ଦୋକାନୀଙ୍କ ନାଁ କାର୍ତ୍ତିକ କମିଲା। ଏତେ ଟଙ୍କାର GST ନୋଟିସ ପାଇବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି କାର୍ତ୍ତିକ।
ଲକ୍ଷେ ବା ଦୁଇ ଲକ୍ଷ ନୁହେଁ,  ୧୦୦ କୋଟି ୯ ଲକ୍ଷ ଟଙ୍କା ଠକିବା ନେଇ ଦୋକାନୀଙ୍କୁ GST ନୋଟିସ ଦେଇଛି । ଦୋକାନୀଙ୍କ ନାଁରେ ଚାଲିଥିବା ଫେକ୍ କମ୍ପାନୀ ଲିଙ୍ଗରାଜ ଟ୍ରେଡର୍ସ ଠକିଥିବା ସୂଚନା ମିଳିଛି ।
ଅନ୍ୟପକ୍ଷେ କମ୍ପାନୀ ବିଷୟରେ ଦୋକାନୀ ଜଣକ କିଛି ଜାଣିନଥିବା  କହିଛନ୍ତି।
Comments
Loading...