ଚାଷୀ ସଂଗଠନ ଦ୍ବାରା କର୍ଲାମୁଣ୍ଡା ବନ୍ଦ

କୋଶଲ ନ୍ୟୁଜ୍ ବ୍ୟୁରୋ :- କଳାହାଣ୍ଡି, ୮/୧୨ କେନ୍ଦ୍ର ସରକାରଙ୍କ କୃଷି ବିଲ୍ ବିରୋଧରେ ଡିସେମ୍ବର ୮ ତାରିଖରେ ଦେଶ ବ୍ୟାପି ଭାରତ ବନ୍ଦ ଡାକରା ଦେଇଥିଲେ କୃଷକ ସଂଗଠନ ।

ଏହାର ପ୍ରଭାବର କର୍ଲାମୁଣ୍ଡା ବ୍ଲକରେ ଦେଖିବାକୁ ମିଳିଛି । କର୍ଲାମୁଣ୍ଡା କଂଗ୍ରେସ କମିଟି, କର୍ଲାମୁଣ୍ଡା ବ୍ଲକ କୃଷକ ସଂଗଠନ କର୍ଲାମୁଣ୍ଡା ବ୍ଲକ ଅଫିସ ସମ୍ମୁଖରେ ରାସ୍ତା ଅବରୋଧ କରିଛନ୍ତି । କର୍ଲାମୁଣ୍ଡା ,ରିଷିଡା , ଯୋରାଡବ୍ରା ଔଷଧ ଦୋକାନ ଛଡା ସମସ୍ତ ଦୋକାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକ ସମ୍ପୂର୍ଣ ବନ୍ଦ ରହିଛି ।


କର୍ଲାମୁଣ୍ଡା ବ୍ଲକ ଯୁବ ସଭାପତି ତଥା ଚାଷୀମୂଲିଆ ସଂଗଠନର ଜିଲ୍ଲା ସଭାପତି ହିରୋଜ କୁମାର ସାହୁ ପୂର୍ବତନ ବ୍ଲକ ସଭାପତି ସୁରେନ୍ଦ୍ର ଭୋଇ ବରିଷ୍ଠ କଂଗ୍ରେସ ନେତା ରଶ୍ମିକାନ୍ତ ସାହୁ, ନବନିର୍ମାଣ କୃଷକ ସଂଗଠନ କର୍ଲାମୁଣ୍ଡା ର ସଦସ୍ୟ ସୁଶାନ୍ତ ମଲ୍ଲିକ, ସିପି ଆଇ ଏମ ବ୍ରାଞ୍ଚ ସଭାପତି କମ୍ୟୁନିଷ୍ଟ ସଭାପତି ଶତ୍ରୁଘ୍ନ ରଣା,ମଦନ ରଣା, ମଣ୍ଟୁ ସୁନା, ଚାଷିମୂଲିଆ ସଂଗଠନ ବ୍ଲକ ସଭାପତି ସୁଦାମ ଚରଣ ସାହୁ,ସମାଜସେବୀ ଜଗନ୍ନାଥ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ସୂଚାରୁରୁପେ ତୁଲାଇଥିଲେ |

Comments
Loading...